ରୋଷେଇ ହୋଇ ନ ଥିବାରୁ ସ୍ତ୍ରୀଙ୍କୁ ପିଟି ହତ୍ୟା 

ଔପଦା,୧୧ା୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମର ଆଦିବାସୀ ବସ୍ତି ସିଂହସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଛନ୍ତି। ପୋଲିସ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ, ସାହିରେ ହେଉଥିବା ଏକ ବାହାଘରକୁ ଶର୍ମିଳା ସିଂ (୩୦) ଯାଥିଲେ। ପରେ ସେ ଆଉ ଘରକୁ ଫେରି ନ ଥିଲେ l ସ୍ବାମୀ ରାମଚନ୍ଦ୍ର ସିଂ ଜଣେ ଗାଡି ଚାଳକ ହୋଇଥିବାରୁ କାମ ସାରି ଘରକୁ ଫେରିଥିଲେ। ହେଲେ ଘରେ ରୋଷେଇ ହୋଇ ନ ଥିବାରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଏଥିରେ ରାମଚନ୍ଦ୍ର ଉତ୍ତ୍ୟକ୍ତ ହୋଇ ଏକ ଲୁହା ଶାବଳରେ ସ୍ତ୍ରୀଙ୍କୁ ଆକ୍ରମଣ କରୁଥିବା ବେଳେ ତାଙ୍କୁ ଦୁଇ ପୁଅ ମିଶି ଅଟକାଇଥିଲେ। ବାହାରେ ଛେଳିଗୁଡିକ ଚରୁଥିବାରୁ ରାମଚନ୍ଦ୍ର ଦୁଇ ପୁଅଙ୍କୁ ଛେଳି ଆଣିବା ପାଇଁ ପଠାଇଥିଲେ। ପରେ ସେ କୁରାଢ଼ୀରୁ ବେଣ୍ଟ ବାହାର କରି ସ୍ତ୍ରୀ ଶର୍ମିଳାଙ୍କ  ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନକୁ ପିଟିବାକୁ ଲାଗିଥିଲେ। ଫଳରେ ସେ ଛଟପଟ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସ୍ବାମୀ ରାମଚନ୍ଦ୍ରଙ୍କୁ ଥାନାରେ ଅଟକ ରଖିଥିଲା। ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଓ ଥାନା ଏସ୍‌ଆଇ ପ୍ରବୋଧ ନାୟକ ସାଇଣ୍ଟିଫିକ ଟିମ୍‌ ସହିତ ସିଂହସାହିରେ ପହଞ୍ଚି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ରାମଚନ୍ଦ୍ରଙ୍କ ଆକ୍ରମଣରେ ଶର୍ମିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ଗଡ଼ସାହି ପଞ୍ଚାୟତ ମଣିତାଚୁଆ ଗ୍ରାମର ଗଙ୍ଗାରାମ ସିଂ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୫୧/୨୩) ରୁଜୁ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ହୀରକ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ପଞ୍ଚଲିଙ୍ଗେଶ୍ୱର, ୨୮।୧୨(ଲେଲିନ୍‌ କୁମାର ଦେ)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡିଆ ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉଦ୍‌ଘାଟିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ...

ସହାୟତା ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ

କୋକସରା,୨୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ମହାଜନଗୁଡ଼ା ଶିଉନି ମଧ୍ୟରେ ଏକ ଗାଡ଼ି ଧକ୍କାରେ କେନ୍ଦୁଡ଼ଙ୍ଗରି ଗ୍ରାମର ଧବଳେଶ୍ବର...

ମେଧାବୀ ଛାତ୍ରୀଙ୍କୁ ସହାୟତା

ବରଗଡ଼,୨୮।୧୨(ପ୍ରେମାନନ୍ଦ ଖମାରୀ): କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଦାଶରୀ ମୁରଲୀ କ୍ରିଷ୍ଣା ମେଧାବୀ ଛାତ୍ରୀ ସୁମିତ୍ରା କରନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୁଭକାମନା...

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri