ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ହାଟଡିହୀ,୧୪।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଠୂଣିଗାଁର ଜଣେ ମହିଳାଙ୍କ ମୃତଦେହ ବଣିଆହୁଡ଼ି ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଅଭୟ ରାଉତଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣି (୪୦ବର୍ଷ )।
ଘରୋଇ କଳିରୁ ଅଭୟ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।
ମୃତଦେହ ଅନ୍ୟତ୍ର ପଡ଼ିଥିବା ଦେଖି ଲୋକ ପୋଲିସକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ଅନିଲ ସାମଲ କହିଛନ୍ତି, ମୃତଦେହ ଜବତ କରାଯାଇ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖାଯାଇଛି।