ମହିଳାଙ୍କୁ ନିର୍ମମ ହତ୍ୟା, ୪ ଅଟକ

ରେଢ଼ାଖୋଲ,୬ା୯(ଡି.ଏନ୍‌.ଏ.):  ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ରବିବାର ରାତିରେ ବନିତା ମିର୍ଦ୍ଧା (୩୦) ନାମକ ଜଣେ ମହିଳାଙ୍କୁ ତାଙ୍କ ଘର ଅଗଣାରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବରପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର,ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରମୁଖ ଲଇଣ୍ଡାମାଳ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ପରେ ପୋଲିସ ୩ ଜଣ ନାବାଳକଙ୍କ ସହ ୪ ଜଣଙ୍କୁ ପୋଲିସ ରେଢ଼ାଖୋଲ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଟକ ୪ ଜଣ ହେଲେ ହରି ମିର୍ଦ୍ଧା,ତାଙ୍କ ପୁଅ କାଳିଆ ସଞ୍ଜୀତ ମିର୍ଦ୍ଧା, ନାବାଳକ ୨ ଜଣ ହେଲେ ଶାନ୍ତନୁ ମିର୍ଦ୍ଧା ଓ ସହଦେବ ମିର୍ଦ୍ଧା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଏସ୍‌ଡିପିଓ ପ୍ରଶାନ୍ତ ମେହେର କହିଛନ୍ତି। ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି କହିଛନ୍ତି।

Share