ଭୋପାଳ: ଆମ ଦେଶରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ ଅତୁଟ ବୋଲି ମନାଯାଏ। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଏମିତି କିଛି କାମ କରିଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଆନ୍ଧ୍ରପ୍ରଦେଶର ଜଣେ ମହିଳା ମୃତ ସ୍ବାମୀଙ୍କୁ ବାରମ୍ବାର ସ୍ବପ୍ନରେ ଦେଖୁଥିଲେ। ଏଥିପାଇଁ ସେ ସ୍ବାମୀଙ୍କୁ ସମ୍ମାନ ଜଣାଇ ମନ୍ଦିର ତିଆରି କରି ତାଙ୍କୁ ପୂଜା କରୁଛନ୍ତି। ଏହି ମନ୍ଦିରକୁ ନେଇ ମହିଳା ଜଣକ କୁହନ୍ତି, ତାଙ୍କ ସ୍ବାମୀଙ୍କୁ ସବୁବେଳ ପାଇଁ ଜୀବିତ ରଖିବାକୁ ଏ ହେଉଛି ତାଙ୍କର ପ୍ରୟାସ। ଏହି ମନ୍ଦିର ନିର୍ମାଣ ରାଜ୍ୟର ପ୍ରକାଶମ ଜିଲାରେ କରାଯାଇଛି।
ପୋଡିଲ ବ୍ଲକର ନିମବନମ ଗାଁ ନିବାସୀ ପଦ୍ମାବତୀ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ପରିବାରର ସମସ୍ତ ମହିଳା ସଦସ୍ୟ ନିଜ ନିଜର ମୃତ ସ୍ବାମୀଙ୍କୁ ପୂଜା କରନ୍ତି। ତାଙ୍କ ସ୍ବାମୀ ଗୁରୁକୁଳ ଅଙ୍କରେଡ୍ଡୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏହା ପରେ ତାଙ୍କ ସ୍ବାମୀ ପ୍ରତିଦିନ ରାତିରେ ତାଙ୍କ ସ୍ବପ୍ନରେ ଆସୁଥିଲେ। ତେଣୁ ପଦ୍ମାବତୀ ମଧ୍ୟ ସ୍ବାମୀଙ୍କ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିଥିଲେ। ଏବେ ଏକ ମନ୍ଦିର ନିର୍ମାଣ କରି ସ୍ବାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରୁଛନ୍ତି। ତାଙ୍କ ବିବାହର ୧୧ ବର୍ଷ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା।