ମହିଳାଙ୍କୁ କବରରେ ଜୀବନ୍ତ ପୋତିଥଲେ ଲୋକ, ୧୧ଦିନ ପରେ ଘଟିଲା ଏପରି ଘଟଣା…

ବ୍ରାଜିଲ୍‌,୧୭।୮: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ। ଅନେକ ଦିନ ଧରି ସେ କଫିନ ଭିତରେ ଜୀବିତ ଅବସ୍ଥାରେ ଥିଲେ। କଫିନରେ ଥିବା ଭିତରେ ମହିଳା ଜଣକ ବାହାରକୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପରେ, ତାଙ୍କର କ୍ରନ୍ଦନ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ ଜୀବନ୍ତ ବାହାର କରିଥିଲେ।

୩୭ ବର୍ଷିୟ ବ୍ରାଜିଲ ମହିଳା ଜଣଙ୍କ ହେଉଛନ୍ତି ରୋଜାଙ୍ଗେଲା ଆଲମାଇଡା ଡୋସ ସାଣ୍ଟୋସ। ସେ ବିବାହିତ ଥିଲେ ହେଲେ ତାଙ୍କର ସନ୍ତାନ ନ ଥିଲେ। ସାତ ବର୍ଷ ବୟସରୁ ସେ ମୁଣ୍ଡ ବୁଲାଇବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ଏଥିପାଇଁ ଔଷଧ ମଧ୍ୟ ନେଉଥିଲେ। ଏହି କାରଣରୁ ଦିନେ ସେ ବେହୋଶ ହୋଇ ପଡିଗଲେ। ପରେ ଲୋକମାନେ ତାଙ୍କୁ ମୃତ ବୋଲି ଭାବି କବର ଦେଇଥିଲେ। ଏହି ଘଟଣାଟି ୨୦୧୮ ମସିହାରେ ହୋଇଥିଲା। ସେତେବେଳେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମହିଳାଙ୍କୁ ୨୦୧୮ ମସିହାରେ ଉତ୍ତର-ପୂର୍ବ ବ୍ରାଜିଲର ରିଚାଓ ଡାସ ନେଭ୍ସର ଏକ ଶ୍ମଶାନରେ ପୋତି ଦିଆଯାଇଥିଲା। ଏହାପରେ ଶ୍ମଶାନ ନିକଟରେ ରହୁଥିବା ଲୋକମାନଙ୍କୁ ଶ୍ମଶାନରୁ ପ୍ରତିଦିନ କାହାର କାନ୍ଦ ଶୁଣିବାକୁ ମିଳୁଥିଲା। ସେମାନେ ମହିଳାଙ୍କ ପରିବାର ଲୋକଙ୍କୁ ଏହି ଖବର ଜଣାଇଥିଲେ। ପରିବାର ଲୋକ କବର ପାଖରେ ପହଞ୍ଚି କଫିନକୁ ମାଟିତଳୁ ବାହାର କରିଥିଲେ। ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ।

କଫିନରୁ ବାହାରିବା ପାଇଁ ଦୀର୍ଘ ୧୧ଦିନ ଧରି ମହିଳାଜଣକ ଛଟପଟ ହେଉଥିଲେ। ଯନ୍ତ୍ରଣାରେ ଉଟପଟ ହୋଇ କଫିନ ଭିତରେ କାନ୍ଦୁଥିଲେ। ହେଲେ ତାଙ୍କ କାନ୍ଦ ଲୋକଙ୍କ ପାଖରେ ପହଞ୍ଚି ପାରୁ ନ ଥିଲା। କିଛି ଲୋକ କାନ୍ଦ ଶୁଣି ମଧ୍ୟ ଡରି କିଛି କହୁ ନ ଥିଲେ। କବର ଭିତରେ ସେ ହାତଗୋଡ ଛାଟି ପ୍ରାଣମୂର୍ଚ୍ଚା ବାହାରିବା ପାଇଁ ଉଦ୍ୟମ କରିଥିଲେ। ଯେଉଁଥିରେ ତାଙ୍କ ହାତଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତେବେ ମହିଳାଙ୍କୁ କଫିନରୁ ବାହାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ବାହୁ ଏବଂ ଗୋଡରେ ଘା’ ହୋଇ ଯାଇଥିଲା। ଜିନ୍ତୁ ୧୧ଦିନର ପ୍ରାଣମୂର୍ଚ୍ଛା ଉଦ୍ୟମରେ ସେ ବଞ୍ଚି ପାରି ନ ଥିଲେ। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ତହିଁ ପରଦିନ ମୃତ୍ୟୁ ବରଣ କରିଥିଲେ।

Share