Categories: ଫୁରସତ

ସ୍କୁଲ ଯିବାକୁ ଇଚ୍ଛା ନାହିଁ ବୋଲି କହୁଥିଲେ; ମହିଳା କଲେ ଏଭଳି ଯେ ଭିଡିଓ ଦେଖିଲେ…

କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ସ୍କୁଲଗୁଡ଼ିକୁ ପୁଣିଥରେ ପର୍ଯ୍ୟାୟକ୍ରମେ ଖୋଲାଯାଉଛି। ଗୋଟିଏ ପଟେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ଉତ୍ସାହ ଥିବା ବେଳେ କିଛି ଏଭଳି ଅଛନ୍ତି, ଯେଉଁମାନଙ୍କୁ ଘରେ ରହି ରହି ଆଉ ସ୍କୁଲ ଯିବାକୁ ଇଚ୍ଛା ହେଉନାହିଁ। ବିଶେଷଭାବେ ପିଲାମାନଙ୍କ ସହ ଏହା ଦେଖାଯାଉଛି। ସୋସିଆଲ ମିଡିଆରେ ଏବେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି।

ଜଣେ ମହିଳା ପିଲାକୁ ତାର ହାତ-ଗୋଡ ଟେକି ସ୍କୁଲ ନେଇ ଯାଉଛନ୍ତି। ତାଙ୍କ ସହ ସ୍କୁଲ ୟୁନିଫର୍ମ ପିନ୍ଧିଥିବା କିଛି ଛାତ୍ର ମଧ୍ୟ ଅଛନ୍ତି। ସ୍କୁଲ ଯିବି ନାହିଁ ବୋଲି ପିଲାଟି ଜୋରରେ ଚିତ୍କାର କରୁଛି। ହେଲେ ମହିଳାଜଣଙ୍କ କିଛି ଶୁଣୁନାହାନ୍ତି। ଆଇଏଏସ୍‌ ଅଧିକାରୀ ଅବନୀଶ ଶରଣ ଭିଡିଓକୁ ଟୁଇଟରରେ ଶେୟାର କରି କ୍ୟାପ୍‌ଶନରେ ଲେଖିଛନ୍ତି, ଏଭଳି ଛୁଆ ବଡ଼ ହେବା ପରେ କୁହନ୍ତି, ମୁଁ ମୋ ସ୍କୁଲ ଦିନକୁ ବହୁତ ମନେ ପକାଉଛି।

ଭିଡିଓକୁ ଦେଖି ସମସ୍ତେ ନିଜ ନିଜ ପିଲାଦିନକୁ ମନେ ପକାଉଛନ୍ତି। କେହି କେହି ବେଶ ଉତ୍ସାହର ସହ ସ୍କୁଲ ଯାଉଥିବା କହିଛନ୍ତି ତ କେହି କେହି ତାଙ୍କୁ ବି କିଏ ଏଭଳି ଟାଙ୍ଗି ସ୍କୁଲ ପଠାଇଥିଲେ ସେ ଜୀବନରେ କିଛି କରିପାରିଥାନ୍ତେ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:

Share