Categories: ଫୁରସତ

ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ପାଇଁ ମହିଳାଙ୍କୁ ଦେବାକୁ ପଡ଼ିଲା ୧ ଲକ୍ଷ ୬୦ ହଜାର ଟଙ୍କା: ଜାଣନ୍ତୁ ପୂରା ଘଟଣା କ’ଣ

ଆପଣ ନିଶ୍ଚିତ ଭାବରେ କଷ୍ଟମ ବିଭାଗର ନାମ ବହୁତ ଶୁଣିଥିବେ ଏବଂ ଏହାର କାର୍ଯ୍ୟ ବହୁତ ଭଲ ଭାବରେ ଜାଣିଥିବେ। କିନ୍ତୁ ଆଜି ଆମେ ଏକ ଘଟଣା କହିବାକୁ ଯାଉଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳାଙ୍କୁ ସାଣ୍ଡୱିଚ କାରଣରୁ କଷ୍ଟମ୍ସ ବିଭାଗ ଅଟକାଇଥିଲା ଏବଂ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଥିଲା। ଏହି ଜରିମାନା ଏକ ଲକ୍ଷରୁ ଅଧିକ।
ନ୍ୟୁଜିଲାଣ୍ଡର ଜଣେ ୭୭ ବର୍ଷୀୟା ମହିଳା ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ବିମାନବନ୍ଦରରେ ଏକ ଚିକେନ ଏବଂ ସାଲାଡ ସାଣ୍ଡୱିଚ୍‌ କିଣି ନେଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ସାଢେ ତିନି ଘଣ୍ଟା ଯାତ୍ରା ସମୟରେ ଏହି ସାଣ୍ଡୱିଚ୍‌ ଖାଇବେ। କିନ୍ତୁ ସେ ସାଣ୍ଡୱିଚ୍‌ ବିଷୟରେ ସେ ଭୁଲିଯାଇଥିଲେ। ସେ ବ୍ରିସବେନରେ ପହଞ୍ଚିବା ପରେ ସେ କଷ୍ଟମ୍ସ ଘୋଷଣାନାମା ଫର୍ମ ପୂରଣ କରିଥିଲେ। କିନ୍ତୁ ସେ ଏଥିରେ ଥିବା ସାଣ୍ଡୱିଚ୍‌ ବିଷୟରେ ଲେଖି ନାହାଁନ୍ତି। ଯେତେବେଳେ ମହିଳାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା, ସେଥିରେ ଏକ ସାଣ୍ଡୱିଚ ମିଳିଥିଲ। କଷ୍ଟମ ଘୋଷଣାନାମା ଫର୍ମରେ ସମ୍ପୂର୍ଣ୍ଣ ସୂଚନା ନ ଦେଇ ଥିବାରୁ ଅଧିକାରୀମାନେ ତାଙ୍କ ଉପରେ ତିନି ହଜାର ଅଷ୍ଟ୍ରେଲିୟ ଡଲାର ଜରିମାନା ଲଗାଇଛନ୍ତି। ଏହା ଭାରତୀୟ ଟଙ୍କାରେ ୧ ଲକ୍ଷ ୬୪ ହଜାରରୁ ଅଧିକ ଅଟେ।

Share