Categories: ଫୁରସତ

ଟାର୍ଗେଟ ପୂର୍ବରୁ କାମ ସାରିବାରୁ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କଲା କମ୍ପାନୀ

କମ୍ପାନୀରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ବସ୍‌ ଓ କଲିକ୍‌ ଗୁରୁତ୍ୱ ଦେବା ସହ ପ୍ରଂଶସା କରିଥା’ନ୍ତି। ଯେଉଁମାନେ କେବଳ କାମରେ ହେଳା କରିଥାନ୍ତି, ଟାର୍ଗେଟ ପରେ ବି କାମ ଶେଷ ନ କରି ପାରନ୍ତି ସେମାନଙ୍କୁ କମ୍ପାନୀର ମୁଖ୍ୟ ବା ବସ୍‌ ରାଗିବା ସହ କମ୍ପାନୀରୁ ଛଟେଇ କରନ୍ତି। ସଚ୍ଚୋଟ ଓ କାମିକା ଲୋକଙ୍କୁ ସବୁଠି ସମ୍ମାନ ମିଳିବା ସହ ପଦୋନ୍ନତି ମିଳିଥାଏ। କିନ୍ତୁ ନିକଟରେ ଜଣେ ମହିଳା ଅଫିସରେ ଟାର୍ଗେଟ ପୂର୍ବରୁ ତାଙ୍କ କାମ ସୂଚାରୁଭାବେ ସାରିଦେବାରୁ ତାଙ୍କୁ ଚାକିରୀରୁ ଛଟେଇ କରାଯାଇଛି।

ମହିଳା ଜଣକ ଦାବି କରିଛନ୍ତି ଯେ, ସେ ଆକ୍ଟିଭ ରୋଲରେ ସୂଚାରୁଭାବରେ ବହୁତ ଭଲ ଥିବାରୁ ତାଙ୍କୁ ଚାକିରୀରୁ ଛଟେଇ କରାଯାଇଛି। ମହିଳା ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କହିଛନ୍ତି, ମୋତେ ଚାକିରୀରୁ ଛଟେଇ କରାଯାଇଛି କାରଣ ମୁଁ ବହୁତ ଦକ୍ଷ। ମୋତେ ଏପ୍ରିଲ ସୁଦ୍ଧା ଶେଷ କରିବାକୁ କାମ ଦିଆଯାଇଥିଲା କିନ୍ତୁ ମୁଁ ଏବେ ଠୁ ଶେଷ କରି ଦେଇଥିଲି। କାମ ଶେଷ କରି ସେହି ଡାଟାକୁ ସମ୍ପର୍କିତ ସଫ୍ଟଓ୍ବେୟାରରେ ମଧ୍ୟ ଅପଲୋଡ କରିଦେଇଥିଲି। ହେଲେ ବସ୍‌ ଟାର୍ଗେଟ ପୂର୍ବରୁ ଏତେ ଶୀଘ୍ର କାମ ଶେଷ ହୋଇଯିବାକୁ ପସନ୍ଦ କରି ନ ଥିଲେ ଆଉ ମୋତେ ଛଟେଇ କରିଥିଲେ। ମୁଁ ତାଙ୍କ ପାଇଁ ବିପଦ ପାଲଟିପାରେ ଚିନ୍ତା କରି ବସ୍‌ ଏପରି ପଦକ୍ଷେପ ନେଇଛନ୍ତି ବୋଲି ମହିଳା ଦାବି କରିଛନ୍ତି।

Share