କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

ଆବୁ ଧାବି,୨୫।୪: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ଜଣ ମହିଳା ମୁନିରା ଅବଦୁଲ୍ଲା ଦୁର୍ଘଟଣା ପରେ କୋମାକୁ ଚାଲି ଯାଇଥିଲେ। ହେଲେ ଏବେ ୨୮ ବର୍ଷ ପରେ ତାଙ୍କ ଚେତା ଫେରିଥିବା କୁହାଯାଉଛି। ମୁନିରାଙ୍କ ପୁଅ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ମା’ କୋମାଙ୍କୁ ଚାଲିଯାଇଥିଲେ ସତ। ହେଲେ ଆମେ କେବେ ଧର୍ଯ୍ୟ ହରାଇ ନ ଥିଲୁ। ଆମକୁ ଲାଗୁଥିଲା ମା’ ଦିନେ ନା ଦିନେ ସାଧାରଣ ଅବସ୍ଥାକୁ ଫେରିବେ। ସେଥିପାଇଁ ଆମେ ତାଙ୍କର ଚିକିତ୍ସା ଜାରି ରଖିଥିଲୁ। ଏବେ ଆମର ଆଶା ପୂରଣ ହୋଇଛି ମା’ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।

Share