ଭଣ୍ଡାରିପୋଖରୀ,୧୨ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ଗ୍ରାମରେ ବୁଧବାର ଜଣେ ମହିଳା ତାଙ୍କ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହୁଥିବା ବେଳେ ମୃତ ମହିଳାଙ୍କ ବାପଘର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମୃତା ମହିଳା ଜଣକ ହେଲେ ସ୍ବପ୍ନା ରାଣୀ ଜେନା। ସ୍ବପ୍ନା ଦାଣ୍ଡକୂଳ ଗ୍ରାମର ଉତ୍କଳ କେଶରୀ ଜେନାଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି। ମୃତା ସ୍ବପ୍ନାଙ୍କ ୬ ମାସର ଏକ ଝିଅ ଅଛି।