ନୂଆଦିଲ୍ଲୀ,୫।୭: ଦିଲ୍ଲୀ ଜୋରବାଗ ମେଟ୍ରୋ ଷ୍ଟେସନରେ ଏକ ଅଘଟଣ ଘଟିଛି। ମହିଳା ଜଣଙ୍କ ଚଳନ୍ତା ଟ୍ରେନ୍ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିଚୟ ମିଳି ନ ଥିବା ବେଳେ ବୟସ ୫୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ଏପରିକି କେଉଁ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ଅନ୍ୟପକ୍ଷେ ଏହି ଘଟଣା ପରେ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ସୂଚନା ମୁତାବକ, ଟ୍ରେନ୍ଟି ହୁଡା ସିଟି ସେଣ୍ଟର ଅଭିମୁଖେ ଯାଉଥିଲା। ହେଲେ ଜୋରବାଗ ମେଟ୍ରୋ ଷ୍ଟେସନରେ ମହିଳା ଜଣଙ୍କ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ଜିଆର୍ପି ପୋଲିସ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଶବ ସଂରକ୍ଷଣ ଗୃହରେ ରଖିଛି। ଅନ୍ୟପକ୍ଷେ ପୋଲିସ ମହିଳାଙ୍କ ଠିକଣା ଜାଣିବା ନେଇ ଅଧିକ ତଦନ୍ତ ଚଳାଇଛି।