ଦେହରେ କିରୋସିନ ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ/ସିମୁଳିଆ,୯ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଛକର କବିତା ପତ୍ରୀ(୫୦) ନାମକ ଜଣେ ମହିଳା ରବିବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।

ଘରର ଉପରତାଲାରୁ ତଳକୁ ଆସି କବିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ ହେଁ ଅନ୍ୟମାନେ ଜାଣି ପାରି ନ ଥିଲେ। କବିତାଙ୍କ ସ୍ବାମୀଙ୍କର ଗତ ଦୁଇବର୍ଷ ତଳୁ ମୃତ୍ୟୁ ଘଟିଛି। ଘରେ ପୁଅବୋହୂ ଅନୁପସ୍ଥିତ ଥିବା ବେଳେ କବିତା ଏବଂ ଜଣେ ଭିନ୍ନକ୍ଷମ ଝିଅ ଥିଲେ। ତେବେ ପାରିବାରିକ ଅଶାନ୍ତିକୁ ନେଇ କବିତା ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି।