Categories: ଜାତୀୟ

ବିଧାୟକଙ୍କ ବଙ୍ଗଳାରେ ମହିଳାଙ୍କ ଆତ୍ମହତ୍ୟା

ଭୋପାଳ, ୧୮ା୫: କଂଗ୍ରେସ ବିଧାୟକ ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଂଘାରଙ୍କ ଭୋପାଳସ୍ଥିତ ବଙ୍ଗଳାରେ ରବିବାର ଜଣେ ୩୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ ଜବତ କରାଯାଇଥିବା ପୋଲିସ କହିଛି। ସେଥିରେ ସିଂଘାରଙ୍କ ନାଁ ଲେଖାଥିବା ଏବଂ ବିଧାୟକଙ୍କ ଜୀବନରେ ସ୍ଥାନ ନ ମିଳିବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରେ ଲେଖାଥିବା ଜଣାପଡ଼ିଛି। ଗନ୍ଧଓ୍ବାନି ଆସନରୁ ବିଧାୟକ ଥିବା ସିଂଘାର କହିଛନ୍ତି ଯେ, ମହିଳା ଜଣକ ତାଙ୍କର ଜଣେ ଭଲ ବାନ୍ଧବୀ ଥିଲେ। ମହିଳା ଜଣକ ମାନସିକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ନେଇ ସିଂଘାର ଅବଗତ ନ ଥିଲେ। ମହିଳାଙ୍କ ଘର ଅମ୍ବାଲାରେ ହୋଇଥିବାବେଳେ ସେ ବିଧାୟକଙ୍କ ଘରକୁ ବାରମ୍ବାର ଆସୁଥିଲେ ଏବଂ ସେଠାରେ ସେ ପ୍ରାୟ ମାସେ ଧରି ରହିଥିଲେ ବୋଲି ପୋଲିସ କହିଛି।

Share