Posted inଫୁରସତ

ନିଜ ଶେଷକୃତ୍ୟ ନିଜେ କଲେ ମହିଳା: କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ନିଜ ଶେଷକୃତ୍ୟ ନିଜେ କଲେ ମହିଳା, ଏହା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏହା ସତ୍ୟ। ଚାଇନା ଝେଜିଆଙ୍ଗ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି।
ତେବେ ମହିଳା ଜଣଙ୍କ ଏମିତି କ’ଣ ପାଇଁ ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ କଥା। ଏହି ନିଷ୍ପତି ପଛରେ ଏକ ଭାବପ୍ରବଣ କଥାଟିଏ ରହିଛି।

ଝେଜିଆଙ୍ଗ ପ୍ରଦେଶରେ ୩୦ ବର୍ଷୀୟ ମହିଳା ଜିଆଙ୍ଗ ୟି ଜୀବିତ ଅବସ୍ଥାରେ ନିଜ ଅନ୍ତିମ ସଂସ୍କାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଲୋକମାନେ ଏହି ବିଦାୟ ସମାରୋହକୁ ଆସିଥିଲେ ଏବଂ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।
ତିନି ମାସ ପୂର୍ବେ ଜିଆଙ୍ଗଙ୍କୁ ସର୍ଭାଇକାଲ କ୍ୟାନସର୍‌ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ, ସେ ଆଉ ମାତ୍ର ଦୁଇ ବର୍ଷ ବଞ୍ଚିବେ। ଏହା ଶୁଣିବା ପରେ ଜିଆଙ୍ଗ ବହୁତ ଦୁଃଖିତ ହେଲେ, କିନ୍ତୁ ସେ ହାର ମାନି ନ ଥିଲେ। ପରେ ଜୀବିତ ଅବସ୍ଥାରେ ଦୁନିଆରୁ ବିଦାୟ ନେବାକୁ ଚାହିଁଥିଲେ । ସେ ନିଜର ଏକ ପ୍ରର୍ତ୍ତିମୂର୍ତ୍ତି ନିର୍ମାଣ କଲେ। ତାଙ୍କର ଏକ ସ୍ମୃତି ଭାବି ସେ ଏହାକୁ ଫେମ୍‌ ମଧ୍ୟ କରିଥିଲେ।

ଜିଆଙ୍ଗଙ୍କ ଅନ୍ତିମ ସଂସ୍କାରରେ ଅନେକ ଲୋକ ଯୋଗ ଦେଇଥିଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଇଥିଲେ। ସେ ତାଙ୍କ ଘରେ ଏହି ବିଦାୟ ସମାରୋହର ଆୟୋଜନ କରିଥିଲେ। ଏଠାରେ ଉପସ୍ଥିତ ଲୋକମାନଙ୍କୁ ଏକ ଭାବପ୍ରବଣ ସ୍ଲାଇଡ ଶୋ’ ଦେଖାଯାଇଥିଲା। ଏଥିରେ ଜିଆଙ୍ଗଙ୍କ ଜୀବନ, ତାଙ୍କ କ୍ୟାରିଅର ଏବଂ ତାଙ୍କ ପିଲାଦିନର ମୂଲ୍ୟବାନ ସ୍ମୃତିର କିଛି ଅଂଶ ଥିଲା।

ଏହି ସମୟରେ ଜିଆଙ୍ଗ ତାଙ୍କ ପୁଅକୁ ବଡ଼ ହେବାର ଦେଖିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ, ଯାହା ଶୁଣି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା। ଶେଷରେ ଜିଆଙ୍ଗ କହିଥିଲେ,ମୁଁ ମତ୍ୟୁକୁ ଭୟ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm Race, LIVE ଟେଲିକାଷ୍ଟବେଳେ ଟଙ୍କା ଲଗାଇବେ ବଡ଼ ବଡ଼ ସେଲିବ୍ରେଟି

ନୂଆଦିଲ୍ଲୀ,୧୭।୪: ଲସ ଆଞ୍ଜେଲସରେ ଏମିତି ଏକ ବିରଳ ଘଟଣା ଘଟିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। କିନ୍ତୁ ଏହା ପଛରେ...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ...

ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବଢୁଛି କ୍ୟାନ୍ସର, ଜାଣନ୍ତୁ କିପରି କରିବେ ମୁକାବିଲା

ନୂଆଦିଲ୍ଲୀ,୧୫।୪: ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ କାରଣରୁ ବାତ୍ୟା, ଭୂମିକମ୍ପ, ବନ୍ୟା, ଜ୍ୱାଳାମୁଖୀ ଉଦଗୀରଣ ଭଳି ରେକର୍ଡ ସଂଖ୍ୟକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ...

Video:ସିଂହ ସହ ଫଟୋ ଉଠାଇବାକୁ ଯାଇଥିଲେ ଏହି ବ୍ୟକ୍ତି, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ସିଂହ ସହ ଫଟୋ ଉଠାଇବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଜୀବନ କିପରି ବିପଦରେ...

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image