ଆମେରିକୀୟ ସୈନିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହିଳା: ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଓ୍ବାଶିଂଟନ,୧୫।୮ : ଜଣେ ସୈନିକଙ୍କ ମୃତଦେହ ଲୁଚାଇବାରେ ସାହାଯ୍ୟ କରିଥିବାରୁ ଆମେରିକାରେ ଜଣେ ମହିଳା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ମହିଳାଙ୍କୁ ୩୦ ବର୍ଷ ଦଣ୍ଡିତ କରାଯାଇଛି। ୨୦୨୦ରେ, ଟେକ୍ସାସରେ ରହୁଥିବା ଜଣେ ମହିଳା ସୈନିକଙ୍କ ମୃତଦେହକୁ ବାହାର କରିବାରେ ସାହାଯ୍ୟ କରିଥିଲେ।

ଆମେରିକାର ସୈନିକ ଭେନେସା ଗୁଇଲେନଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ମହିଳା ସେସିଲି ଆଗିଲାରଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସେ ଏକମାତ୍ର ସନ୍ଦିଗ୍ଧ ଥିଲେ। ଟେକ୍ସାସର କିଲିନ ନିକଟ ଫୋର୍ଟ କାଭାଜୋସରେ ସୈନିକଙ୍କର ମୃତ୍ୟୁ ଘଟିଥିଲା। ମହିଳା ଜଣକ ମଧ୍ୟ ମିଥ୍ୟା ସାକ୍ଷୀ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

କୋର୍ଟରେ ଦୀର୍ଘ ଦିନର ବିଚାର ପରେ ଏହି ଦଣ୍ଡ ଘୋଷଣା କରାଯାଇଛି। କୋର୍ଟ ଏହି ରାୟ ଘୋଷଣା କରିବା ପରେ ଓକିଲ ଜେଇମ ଏସପର୍ଜା କହିଛନ୍ତି ଆଗିଲାରଙ୍କ ପାଇଁ ଏହା ହେଉଛି ସର୍ବାଧିକ ଦଣ୍ଡ।

ଫେଡେରାଲ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଗିଲାର ତାଙ୍କ ପ୍ରେମିକ ଆରୋନ ରବିନ୍ସନଙ୍କ ସାହାଯ୍ୟରେ ଭେନେସା ଗୁଏଲେନଙ୍କୁ ହତ୍ୟା କରିଥିଲେ। ତାଙ୍କ ମୃତଦେହ ମିଳିବା ପରେ ଦୋଷୀ ସାବ୍ୟସ୍ତ ମହିଳାଙ୍କ ପ୍ରେମିକା ଆତ୍ମହତ୍ୟା କରିଥିଲେ। ଆରୋନ ରବିନ୍ସନ ମଧ୍ୟ ଜଣେ ଆମେରିକୀୟ ସୈନିକ ଥିଲେ। ସୂଚନାନୁସାରେ, ସୈନିକଙ୍କୁ ହତ୍ୟା କରିବା ପରେ ଦୁହେଁ ତାଙ୍କ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

Share