Posted inଫୁରସତ

ମେଶିନଠାରୁ ବି ଶୀଘ୍ର ଟଙ୍କା ଗଣୁଛନ୍ତି ଏହି ମହିଳା, ଦେଖନ୍ତୁ ଚମକାଇବା ଭଳି VIDEO

ଦିନ ଥିଲା ବ୍ୟାଙ୍କରେ ପ୍ରାୟ ସମସ୍ତ କାର୍ଯ୍ୟ ହାତରେ ହେଉଥିଲା। ମେଶିନର ବ୍ୟବହାର ବିଲ୍‌କୁଲ କରାଯାଉ ନ ଥିଲା। ଟଙ୍କା ଗଣିବାଠାରୁ ଆରମ୍ଭ କରି ଗ୍ରାହକଙ୍କ ଡାଟା ରଖିବା ଯାଏ ପ୍ରତ୍ୟେକଟି କାର୍ଯ୍ୟ ବ୍ୟାଙ୍କ କର୍ମଚାରୀମାନେ ହାତରେ କରୁଥିଲେ। ହେଲେ ସମୟ ବଦଳିବା ସହ କର୍ମଚାରୀଙ୍କ କାର୍ଯ୍ୟ ସହଜ କରିବା ଲାଗି ମେଶିନ ଆସିଛି। ଅଧିକ ଟଙ୍କା ଗଣିବା ଲାଗି ମେଶିନ ବ୍ୟବହାର କରାଯାଉଛି। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅତୀତର ଝଲକ ଦେଖିବାକୁ ମିଳୁଛି।
ଭିଡିଓଟି ଚାଇନାର ବୋଲି କୁହାଯାଉଛି। ସେଥିରେ ଜଣେ ମହିଳା ଠିକ୍‌ ମେଶିନ ଭଳି ଟଙ୍କା ଗଣୁଛନ୍ତି। କେଇ ସେକେଣ୍ଡରେ ସେ ନୋଟ୍‌ର ବଣ୍ଡଲଗୁଡ଼ିକୁ ଗଣି ମୂଲ୍ୟ କହୁଛନ୍ତି। ଭିଡିଓ ଦେଖି ଆପଣ ବି ଚକିତ ହୋଇଯିବେ ଯେ ସେ ମଣିଷ ନା ମେଶିନ। କାରଣ ସାଧାରଣତଃ ଏତେ ଶୀଘ୍ର ମଣିଷ ଟଙ୍କା ଗଣିପାରିବ ନାହିଁ। ସେ କେବଳ ତାଙ୍କର ଯୋଗ୍ୟତାକୁ ନେଇ ତାହା କରିପାରିଛନ୍ତି।
ଟୁଇଟରରେ ଭିଡିଓକୁ ଶେୟାର କରି ବ୍ୟବହାରକାରୀ ଲେଖିଛନ୍ତି ‘ହ୍ୟୁମାନ ମନି କାଉଣ୍ଟର’। ମାତ୍ର ୧୫ ସେକେଣ୍ଡର ଏହି ଭିଡିଓକୁ ଏଯାବତ ୨.୩ ମିଲିୟନ ଅର୍ଥାତ ୨୩ ଲକ୍ଷ ଥର ଦେଖାଯାଇସାରିଛି। ସେହିଭଳି ହଜାର ହଜାର ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।
ଆପଣ ବି ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri