ଦିନ ଥିଲା ବ୍ୟାଙ୍କରେ ପ୍ରାୟ ସମସ୍ତ କାର୍ଯ୍ୟ ହାତରେ ହେଉଥିଲା। ମେଶିନର ବ୍ୟବହାର ବିଲ୍କୁଲ କରାଯାଉ ନ ଥିଲା। ଟଙ୍କା ଗଣିବାଠାରୁ ଆରମ୍ଭ କରି ଗ୍ରାହକଙ୍କ ଡାଟା ରଖିବା ଯାଏ ପ୍ରତ୍ୟେକଟି କାର୍ଯ୍ୟ ବ୍ୟାଙ୍କ କର୍ମଚାରୀମାନେ ହାତରେ କରୁଥିଲେ। ହେଲେ ସମୟ ବଦଳିବା ସହ କର୍ମଚାରୀଙ୍କ କାର୍ଯ୍ୟ ସହଜ କରିବା ଲାଗି ମେଶିନ ଆସିଛି। ଅଧିକ ଟଙ୍କା ଗଣିବା ଲାଗି ମେଶିନ ବ୍ୟବହାର କରାଯାଉଛି। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅତୀତର ଝଲକ ଦେଖିବାକୁ ମିଳୁଛି।
ଭିଡିଓଟି ଚାଇନାର ବୋଲି କୁହାଯାଉଛି। ସେଥିରେ ଜଣେ ମହିଳା ଠିକ୍ ମେଶିନ ଭଳି ଟଙ୍କା ଗଣୁଛନ୍ତି। କେଇ ସେକେଣ୍ଡରେ ସେ ନୋଟ୍ର ବଣ୍ଡଲଗୁଡ଼ିକୁ ଗଣି ମୂଲ୍ୟ କହୁଛନ୍ତି। ଭିଡିଓ ଦେଖି ଆପଣ ବି ଚକିତ ହୋଇଯିବେ ଯେ ସେ ମଣିଷ ନା ମେଶିନ। କାରଣ ସାଧାରଣତଃ ଏତେ ଶୀଘ୍ର ମଣିଷ ଟଙ୍କା ଗଣିପାରିବ ନାହିଁ। ସେ କେବଳ ତାଙ୍କର ଯୋଗ୍ୟତାକୁ ନେଇ ତାହା କରିପାରିଛନ୍ତି।
ଟୁଇଟରରେ ଭିଡିଓକୁ ଶେୟାର କରି ବ୍ୟବହାରକାରୀ ଲେଖିଛନ୍ତି ‘ହ୍ୟୁମାନ ମନି କାଉଣ୍ଟର’। ମାତ୍ର ୧୫ ସେକେଣ୍ଡର ଏହି ଭିଡିଓକୁ ଏଯାବତ ୨.୩ ମିଲିୟନ ଅର୍ଥାତ ୨୩ ଲକ୍ଷ ଥର ଦେଖାଯାଇସାରିଛି। ସେହିଭଳି ହଜାର ହଜାର ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।
ଆପଣ ବି ଦେଖନ୍ତୁ ଭିଡିଓ: