ଆନନ୍ଦପୁର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କଅଁସ ଗ୍ରାମରେ ଥିବା ଶନିମନ୍ଦିରରେ ଦୀପରୁ ଜଣେ ମହିଳାଙ୍କ ଶାଢିରେ ନିଆଁ ଲାଗିବା ଫଳରେ ସେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯେ, ଗ୍ରାମର ଗୋବର୍ଦ୍ଧନ ପରିଡ଼ାଙ୍କ ସ୍ତ୍ରୀ ଶୈଳେନ୍ଦ୍ରୀ ଶନିବାର ସକାଳୁ ଶନି ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ମନ୍ଦିରରେ ଜଳୁଥିବା ଦୀପରୁ ନିଆଁ ତାଙ୍କ ଶାଢିରେ ଲାଗିଯାଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।