Advertisement

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

କଳିଙ୍ଗନଗର,୧୯।୨(ଡି.ଏନ.ଏ.): ବ୍ୟାସନଗର ସହରର ପ୍ରିୟଦର୍ଶିନୀ ମାର୍ଗ ୧୫ନଂ. ୱାର୍ଡରେ ଥିବା କପିଳେଶ୍ୱର ଶିବମନ୍ଦିରରେ ଶନିବାର ମହାଶିବରାତ୍ରି ଉପଲକ୍ଷେ ଦୀପ ଜାଳୁଥିବାବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରିୟଦର୍ଶିନୀ ରୋଡ ଅଞ୍ଚଳର ପ୍ରଭାସିନୀ ଖିଲାର(୫୯)। ତାଙ୍କୁ ତୁରନ୍ତ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପ୍ରଭାସିନୀଙ୍କ ଦେହର ଶତକଡା ୫୦ ଭାଗ ପୋଡି ଯାଇଥିବାରୁ ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ରୋଗୀଙ୍କୁ ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସରେ ନେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାଙ୍କୁ ନେଇଥିବା ଆମ୍ବୁଲାନ୍ସରେ ଏସି କିମ୍ବା ଫ୍ୟାନ ଚାଲୁ ନ ଥିବାରୁ ପୀଡ଼ିତା ହନ୍ତସନ୍ତ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel