Advertisement

ସୋନପୁର, ୭।୧୨(ନି.ପ୍ର.): ସୋନପୁର ସହର କୁମ୍ଭାରପଡାରେ ସୋମବାର ରାତିରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ବେହେରା(୪୨) ନାମ୍ନୀ ଜଣେ ମହିଳା ସହରସ୍ଥିତ ନୂଆପଡା ଅଞ୍ଚଳର ରାଜେଶ ମେହେରଙ୍କ ଘର ସମ୍ମୁଖକୁ ଯାଇ ପାଟିତୁଣ୍ଡ କରୁଥିଲେ। ଏନେଇ ରାଜେଶଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପିସିଆର ଭ୍ୟାନ ପହଞ୍ଚତ୍ ଲକ୍ଷ୍ମୀଙ୍କୁ ବୁଝାଶୁଝା କରୁଥିଲେ। ଏହି ସମୟରେ ଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଧରିଥିବା ଏକ କ୍ଷୁରରେ ବେକକୁ କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ଭିମସାର ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ପୋଲିସ ରିପୋର୍ଟ ଅନୁସାରେ ମଙ୍ଗଳବାର ସୋନପୁର ଥାନାରେ ଏକ ମାମଲା(ନଂ.୩୬୧/୨୧)ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣକୁ ନେଇ ଲକ୍ଷ୍ମୀ ରାଜେଶଙ୍କ ଘର ପାଖକୁ ଗଲେ ଏବଂ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share