ରାମନଗର(କର୍ନାଟକ),୧୭।୧୨: କର୍ନାଟକ ରାମନଗର ଜିଲାର କଞ୍ଚୁଗାଲ ବନ୍ଦେ ମଠ ମହନ୍ତ ବାସବଲିଙ୍ଗା ଶ୍ରୀ ସ୍ବାମୀଜୀ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ ସ୍ଥାନୀୟ କୋର୍ଟରେ ଶୁକ୍ରବାର ଚାର୍ଜଶିଟ୍ ଦାଖଲ କରିଛି। ଏହି ଆତ୍ମହତ୍ୟା ପଛରେ ମହିଳା ଭକ୍ତ ନୀଳମ୍ବିକେଙ୍କ ଭୂମିକା ରହିଥିବା ଚାର୍ଜଶିଟ୍ରେ ଅଭିଯୋଗ କରାଯାଇଛି। ମହିଳା ଭକ୍ତ ଜଣକ ଇଞ୍ଜିନିୟରିଂ ପଢ଼ୁଥିଲେ। ମହନ୍ତ ତାଙ୍କୁ ଏକଦା ଅପମାନିତ କରିଥିଲେ। ପ୍ରତିଶୋଧ ନେବା ଲାଗି ଅନ୍ୟ ଜଣେ ସନ୍ଥଙ୍କ ସହ ମିଶି ସେ ମହନ୍ତଙ୍କୁ ହନିଟ୍ରାପ୍ରେ ପକାଇଥିଲେ ବୋଲି ଚାର୍ଜଶିଟ୍ରେ ଉଲ୍ଲେଖ କରାଯାଇଛି। ପ୍ରତିଶୋଧ ଏବଂ ଲୋଭ ଯୋଗୁ ହନିଟ୍ରାପ୍ କରାଯାଇ ମହନ୍ତଙ୍କୁ ନିର୍ଯାତନା ଦିଆଯାଇଥିଲା, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ଅଭିଯୋଗ କରାଯାଇଛି। ଏହି ମାମଲାରେ କନ୍ନୁରୁ ମଠର ମୃତ୍ୟୁଞ୍ଜୟ ସ୍ବାମିଜୀ ଏବଂ ନୀଳମ୍ବିକେ ଓରଫ ଚନ୍ଦାଙ୍କୁ ଗିରଫ କରାଯାଇଛି।