Posted inଜାତୀୟ

ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା ପିନ୍ଧିଥିବା ରୁପା ପାଉଁଜିକୁ ଚୋରି କରିବା ପାଇଁ ଜଣେ ଚୋର ଶନିବାର ରାତିରେ ତାଙ୍କର ୨ ଗୋଡ଼ କାଟି ଦେଇଥିଲେ। ଏହାପରେ ସେ ବୃଦ୍ଧାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ନାଳରେ ଫିଙ୍ଗିଦେଇଥିଲେ। ରାତି ସାରା ଗୋଡ଼ରୁ ରକ୍ତସ୍ରାବ ହୋଇ ମହିଳାଙ୍କ ମୃତ୍ୟୁ ଘଟିଥିଲା। ରବିିବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତଦେହ ନିକଟରେ ମହିଳାଙ୍କ ଉଭୟ କଟା ଗୋଡ଼ ପଡ଼ିଥିଲା। କଟାଗୋଡ଼ରୁ ରୁପା ପାଉଁଜି ଉଭାନ ହୋଇଯାଇଥିଲା ବୋଲି ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହି ହତ୍ୟାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ତଦନ୍ତ ଜାରି ରହିଛି। ମଧ୍ୟପ୍ରଦେଶରେ ପୂର୍ବରୁ ମଧ୍ୟ ମହିଳାଙ୍କ ସୁନା ଗହଣା, ଆଭୂଷଣ ଆଦିକୁ ଚୋରାଇବା ପାଇଁ ସେମାନଙ୍କୁ ଆକ୍ରମଣ କରାଯାଇ ଅଙ୍ଗପ୍ରତ୍ୟଙ୍ଗ କଟାଯିବାର ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ...

ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା

ନୂଆଦିଲ୍ଲୀ,୧୩ା୧୧: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ)...

ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା

ମୁମ୍ବାଇ,୧୩ା୧୧:ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ସବୁଠୁ ଦୟନୀୟ ସ୍ଥିତି ଦେଇ...

ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ...

ଭାରତୀୟ ହଳଦୀରେ ସୀସା ସ୍ତର ୧୦୦ ଗୁଣା ଅଧିକ

ନୂଆଦିଲ୍ଲୀ, ୧୩।୧୧: ଭାରତ, ପାକିସ୍ତାନ, ନେପାଳ ପରି ଏସୀୟ ଦେଶଗୁଡ଼ିକରେ ବିକ୍ରି ହେଉଥିବା ହଳଦୀରେ ସୀସାର ବିଷାକ୍ତ ମାତ୍ରା ମିଳିଛି। ଉକ୍ତ ଦେଶଗୁଡ଼ିକରେ ମିଳୁଥିବା ହଳଦୀରେ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। କଡ଼ା ସୁରକ୍ଷା ମଧ୍ୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫...

ମତଦାନ ପୂର୍ବରୁ ବଡ଼ ଓଲଟପାଲଟ, ଝାଡଖଣ୍ଡ ନିର୍ବାଚନରେ ହେବ ଓଡ଼ିଶା ଭଳି ରେଜଲ୍ଟ!

ନୂଆଦିଲ୍ଲୀ,୧୨।୧୧: ବୁଧବାର ଝାଡ଼ଖଣ୍ଡରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ । ୬୮୩...

ସବୁ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୨।୧୧: ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଖୁସି ଖବର । ଏଣିକି ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ। ରାଜ୍ୟ ସରକାର ଏନେଇ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri