ଜଳେଶ୍ୱର, ୧୫ା୭(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ପୌର ପାଳିକାର ୧୫ନଂ. ୱାର୍ଡ ନହଞ୍ଜରା ଗାଁର ଗୌରହରି ବ୍ରହ୍ମଙ୍କ ଦ୍ୱିତୀୟ ସ୍ତ୍ରୀ ସୁମତୀ (୫୮) ସବୁଦିନ ପରି ବାଡି ଅଗଣାରେ ଫୁଲ ତୋଳୁଥିବା ବେଳେ ଏକ ବିରୁଡିପଲ ଆକ୍ରମଣ କରିଥିଲେ। ପ୍ରାୟ ୭/୮ଟି ବିରୁଡି ତାଙ୍କୁ ବିନ୍ଧିଥିବାରୁ ସେ ଦୌଡି ଆସି ତୁଳସୀ ଚଉରା ମୂଳେ ବସିପଡିଥିଲେ। ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ଜିକେ ଭଟ୍ଟର ଡାକ୍ତରଖାନାକୁ ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି।