ବାଇକ୍‌ରୁ ଖସିପଡ଼ି ଚାଲିଗଲା ଜୀବନ

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ବାଇକ୍‌ରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫)।

ମିଳିଥିବା ସୂଚନା ମୁତାବକ, ରବିବାର ସୁଦେଷ୍ଣା ପୁଅ ରଞ୍ଜନଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ। ହେଲେ ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଚଳନ୍ତା ବାଇକ୍‌ରୁ ଖସପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।