Categories: ଜାତୀୟ

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା ହୋଇଥିବା ଅଟୋରେ ଶୋଇଥିଲେ। ଦୀର୍ଘ ଘଣ୍ଟା ଧରି ଚିକିତ୍ସା ପାଇଁ ଅପେକ୍ଷା କରି କରି ଶେଷରେ ଚାଲିଗଲା ଜୀବନ।

୨୮ ବର୍ଷୀୟ ମୁକୁଲ ଭ୍ୟାସ ତାଙ୍କ ମା’ଙ୍କୁ ଦକ୍ଷିଣ ଦିଲ୍ଲୀର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ୍‌ କେୟାର ସେଣ୍ଟରକୁ ମଙ୍ଗଳବାର ସକାଳେ ଆଣି ଆସିଥିଲେ। କିନ୍ତୁ ଖୋଲିଲା ନାହିଁ ଗେଟ୍‌। ୩ ଘଣ୍ଟା ପରେ ମୁକୁଲଙ୍କ ମା’ କିରନ ଭ୍ୟାସ (୫୨) ଅଟୋ ରିସ୍କାରେ ହିଁ ଜୀବନ ହାରି ଦେଲେ। ମୁକୁଲଙ୍କ ଭାଇ ମା’ଙ୍କୁ ବଞ୍ଚାଇବା ପାଇଁ ଛାତିକୁ ପମ୍ପ କରିଥିଲେ। କିନ୍ତୁ ସେତେବେଳକୁ ଆଉ କିଛି ନ ଥିଲା।

ସେମାନେ ମୋ ମା’ଙ୍କୁ ହତ୍ୟା କରିଛନ୍ତି। ମୁଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲି। ମା’ଙ୍କୁ ଭର୍ତ୍ତି କରିବା ଲାଗି ଡିଏସ୍‌ଓଙ୍କ ରେଫରେନ୍ସ ସେମାନେ ମୋତେ ହ୍ବାଟ୍ସଆପ ଓ ମେସେଜ ଭଳି ଫର୍ମାଲିଟି ଶେଷ କରିବାକୁ କହିଥିଲେ। କେହି ମୋ ଚିତ୍କାର ଶୁଣିଲେ ନାହିଁ ବୋଲି ମୁକୁଲ କହିଛନ୍ତି।

Share