ଫୁଲବାଣୀ ଅଫିସ,୨୭।୫: ଏକ ବିଷଧର ସାପ କାମୁଡ଼ାରେ ୩୩ ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାରବଗିଚା ପଡ଼ାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମନସ୍ବନୀ ସିଂ।
ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ମନସିନୀ ବାଲିଗୁଡା ନିଜ ବାପା ଘରକୁ ଆସିଥିଲେ। ସେଠାରୁ ସେ ନିଜ ମାମୁଁ ଘର କୁଟିକିଆ ଗାଁକୁ ବୁଲିବାକୁ ଯାଇଥିଲେ। ମାମୁଁ ଘରେ ରାତ୍ରିରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଫୁଲବାଣି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଶୁକ୍ରବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ମନସିନୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ଫୁଲବାଣୀ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।