
ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲା ଚିତ୍ରଗୁପ୍ତ କଲ୍ୟାଣ ସଂଘ ମହିଳା ଶାଖା ପକ୍ଷରୁ ବଲାଙ୍ଗୀର ନରସିଂହ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତା କଡ଼ରେ ସୋମବାର ପଣା ବଣ୍ଟନ କରଯାାଇଛି। ପୂର୍ବାହ୍ନ ୧୦ଟାରୁ ମହିଳାମାନେ ପଣା ବଣ୍ଟନ କରିଥିଲେ। ପ୍ରବଳ ଖରାରେ ରାସ୍ତାରେ ଯାଉଥିବା ଲୋକେ ପଣା ପିଇ ତୃଷା ମେଣ୍ଟାଇଥିବା ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ କରଣ ସମାଜ ମହିଳାମାନେ ସେବା ଯୋଗାଇ ଆସୁଥିବାରୁ ପ୍ରଶଂସା କରିଥିଲେ l ମହିଳାମାନଙ୍କ ସହିତ ମିଶି ପଣା ବଣ୍ଟନ କରିଥିଲେ l ମହିଳା କାଞ୍ଚନମଣି ଦାନୀ, ଧୀରା ବହିଦାର, ନମିତା ବକ୍ସି, ସଂଯୁକ୍ତା ବକ୍ସି, ପ୍ରଜାତି ବକ୍ସି, ମିନତୀ ପଟ୍ଟନାୟକ, ଛନ୍ଦା ପଟ୍ଟନାୟକ, ଶିଖା କୁଅଁର, ଜ୍ୟୋସ୍ନା ପୁଷେଟ, ବିଷ୍ଣୁପ୍ରିୟା ବହିଦାର, ରୀତା ସାହାଣୀ, ମିନାକ୍ଷୀ ପଟ୍ଟନାୟକ, ଦେବସ୍ମିତା ପଟ୍ଟନାୟକ, କଳ୍ପନା ସାହାଣୀ, ରୀତା ପଟ୍ଟନାୟକ, ବନ୍ଦିତା ପଟ୍ଟନାୟକ, ସୋଭାଗିନୀ ବହିଦାର, ମୁନି ପଟ୍ଟନାୟକ, ମୀନl ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।