Categories: ଜାତୀୟ

ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା: କାଳ ସାଜିଲା ହେଡ୍‌ଫୋନ୍‌, ସିସିଟିଭିରେ ପୋଲିସ ଦେଖିଲା ଏମିତି ଲୋମଟାଙ୍କୁରା ଦୃଶ୍ୟ, ଉଡିଗଲା ହୋସ୍‌

କୋଲକତା,୧୧।୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ପରେ ନୃଶଂସ ହତ୍ୟାକୁ ନେଇ ରାଜ୍ୟରେ ଚହଳ ପଡିଛି। ରାଜ୍ୟର ଅନେକ ହସ୍ପିଟାଲର ଜୁନିଅର ଡାକ୍ତରମାନେ ଏହାକୁ ବିରୋଧ କରି ଏକ ବିରୋଧ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ୪୮ ଘଣ୍ଟା ମଧ୍ୟରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି ଚାପର ଫଳାଫଳ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସଞ୍ଜୟଙ୍କୁ ଧରିବାରେ ସାହାଯ୍ୟ କରିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହେଉଛି ବ୍ଲୁଟୁଥ ହେଡଫୋନ ଯାହା ସେ ଘଟଣାସ୍ଥଳରେ ଛାଡି ଦେଇଥିଲେ।

ସୂଚନାଥାଉ, ଶୁକ୍ରବାର ସକାଳେ କୋଲକାତା ସରକାରୀ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ଜଣେ ମହିଳା PGT ଡାକ୍ତରଙ୍କ ଅର୍ଦ୍ଧ ନଗ୍ନ ଶରୀର ମିଳିଥିଲ। ଥୋରାସିକ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଡ୍ୟୁଟିରେ ଥିବାବେଳେ ତାଙ୍କୁ ଡାକ୍ତରଖାନା ଭିତରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ଆଖି ଓ ପାଟିରୁ ରକ୍ତ ବାହାରୁଥିଲା। ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ମହିଳା ଡାକ୍ତର ଯୌନ ଶୋଷଣର ଶିକାର ହୋଇଛନ୍ତି।

Share