କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। ସେହି ସମୟର ଦୃଶ୍ୟ ନିକଟରେ ଥିବା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ ହେବାରୁ ‘ଦ ରିଭରସାଇଡ୍‌ କାଉଣ୍ଟି ଆନିମଲ ସାଇଟ୍‌’ର ନଜରରେ ପଡିଥିଲା। ଏହାକୁ ନେଇ ଖୋଳତାଡ କରାଯିବାରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଏହି ପାଳିତ ଜୀବ ଗୁଡିକ ପ୍ରତି ନିଷ୍ଠୁରତା ବ୍ୟବହାର କରିଥିବାରୁ ମହିଳାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ୭ଟି କୁକୁର ଛୁଆ ଥିବା ବ୍ୟାଗକୁ ଡଷ୍ଟ ବିନରେ ପକାଇବା ବେଳେ ସେହି ବାଟ ଦେଇ ଯାଇଥିବା ଜଣେ ବ୍ୟକ୍ତି ଏହା ଦେଖି ତୁରନ୍ତ କୁକୁର ଛୁଆ ଗୁଡିକୁ ଉଦ୍ଧାର କରିଥିଲେ। ଯେତେବେଳେକୁ ସେ ଛୁଆ ଗୁଡିକ ମାତ୍ର ୩ ଦିନର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଉପଯୁକ୍ତ ଯତ୍ନ ନେବାରୁ ଛୁଆ ଗୁଡିକ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

Share