ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍ ଆରାମରେ ଖାଉଛନ୍ତି।
ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ବାଷ୍ପ କରିବା ପରେ, ଲୁଣ ପାଣିରେ ଗାର୍ଗଲ କରିବା ପରେ, ହଳଦୀ କ୍ଷୀର ପିଇବା ପରେ, ପ୍ରତିଦିନ ଗରମ ପାଣି ପିଇବା ପରେ ଏହା ହେଉଛି ଶେଷ ଉପାୟ। କରୋନା ଜୀବନ୍ତ ଧ୍ୱଂସ ହେବ। ଅଧିକନ୍ତୁ, ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆପଣ ଏହା କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ, କେବଳ ଟିକା ନିଅନ୍ତୁ।
After taking Steam..!
After doing Gargling with SaltWater..!
After drinking Milk with Turmeric..!
After Drinking Hot Water Everyday..!
This is the Last Option Available..!
कोरोना जिंदा भस्म हो जाएगा…#DONT_TRY_THIS AT ALL.#VACCINE LAGAO BAS.@hvgoenka pic.twitter.com/2UFxZLbFAk
— Rupin Sharma IPS (@rupin1992) May 8, 2021
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ମହିଳାଙ୍କ ଏପରି ଦୁଃସାହସିକ କାର୍ଯ୍ୟକୁ ପ୍ରଶଂସା ବି କରିଛନ୍ତି।