Advertisement

ଜଙ୍ଗଲରୁ ନିଆଁ ଲିଭାଇଲେ ମହିଳା

କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ହଦଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବା କଅଁଳେଇ ବାଲିପାଳ ଗ୍ରାମଞ୍ଚଳ ସ୍ଥିତ ହେମଗଡ, ଅଶ୍ନପାଣି, ହାଣ୍ଡିପାଁଣ, ପେଣିପଥର ଜଙ୍ଗଲରେ ନିଁଆ ଲାଗିଛି। ଏହି ଖବର ପାଇ ସୋମବାର ସକାଳେ କଅଁଳେଇ, ବାଲିପାଳ ଗ୍ରାମର ମା’ସୁନ୍ଧୁରାସୁଣୀ ଏସ୍‌ଏଚ୍‌ଜି ମା’ମାନେ ଛାତ୍ର ଯୁବକଙ୍କ ସହ ମିଶି ନିଆଁ ଲିଭାକାର୍ଯ୍ୟ କରିଥିଲେ। ମା’ମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି।

ଚଳିତ ବର୍ଷ ଏହି ଜଙ୍ଗଲଗୁଡିକରେ ୫ ଥର ନିଆଁ ଲାଗିଲାଣି। ହେଲେ ଗ୍ରାମବାସୀ ଆଗକୁ ଆସି ନିଆଁଲିଭା କାର୍ଯ୍ୟ କରୁଛନ୍ତି। ନିଆଁ ଲିଭା କାର୍ଯ୍ୟରେ ମୁକ୍ତା ମହାକୁଡ଼, ଜାମ୍ବି ପୂର୍ତ୍ତୀ, ସୁକୁମାରୀ ମହାକୁଡ଼, ନନ୍ଦିନୀ ସୋରେନ, ମମତା ପୂର୍ତ୍ତୀ, ସାଉଁରୀ ପୂର୍ତ୍ତୀ, ନାଗି ପୂର୍ତ୍ତୀ, ସମ୍ବାରୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିବା ବେଳେ ଛାତ୍ରଙ୍କ ମଧ୍ୟରେ ଟୁପୁରା ପିଙ୍ଗୁଆ, ଗୁଣ୍ଡେ ପିଙ୍ଗୁଆ, କେଦାର ପୂର୍ତ୍ତୀ, ପାକୁଲୁ ପିଙ୍ଗୁଆ, ନାରଣ ମହାକୁଡ଼ ଉପସ୍ଥିତ ରହିଥିଲେ। ଏପରିକି ଯୁବକମାନଙ୍କ ମଧ୍ୟରେ ଟାପୁ ହୋ, ତୁରୀ ପୂର୍ତ୍ତୀ, ରାଉତ ହୋ, ଚରଣ ମହାକୁଡ, ମୁଚିରାମ ହେମ୍ବ୍ରମ, ବୁଦ୍ଧିରାମ ପୂର୍ତ୍ତୀ, ସାଧ ହୋ, ମୁଙ୍ଗୁଳୁ ହେମ୍ବ୍ରମ, ସୁନାରାମ ପୂର୍ତ୍ତୀ, ଜିରୁମ ବଦ୍ରା, ବାମିୟା ଗୋଇପାଇଙ୍କ ସହ ଗ୍ରାମବାସୀ ଏବଂ ବଣିଆଁପଙ୍କ ସବୁଜ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share