ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ ମହିଳା ଜଣକ ଡରି ଯାଇ ନ ଥିଲେ, କାରଣ ସାପକୁ କେମିତି ଧରି ହେବ ସେ କୌଶଳ ତାଙ୍କୁ ଜଣାଥିଲା। ତଥାପି ପ୍ରଶ୍ନ ଉଠୁଛି ଶପିଂ ମଲ୍‌ ଭିତରକୁ ଏତେ ବଡ଼ ସାପ କେମିତି ଆସିଲା।

ହୈଲେନ ନାମକ ଏହି ମହିଳା ଜଣକ ଦୋକାନ ଭିତରେ ଥିବା ମସଲା ସେଲ୍‌ଫ୍‌ ନିକଟକୁ ଯାଇ ଚିକେନ ମସଲା ଆଣୁଥିଲେ। ଏହି ସମୟରେ ଜାର୍‌ ପଛପଟରେ ଅଜଗରଟି ଲୁଚିଥିଲା। ସମସ୍ତ ମସଲା ଡବା ଫିଙ୍ଗି ସେ ହୈଲେନଙ୍କ ଆଗକୁ ମାଡ଼ି ଆସିଲା। ହୈଲେନ ଏହା ଦେଖି ଶାନ୍ତ ରହିଥିଲେ। କାରଣ ତାଙ୍କ ନିକଟରେ ସାପ ଧରିବା ବାଡ଼ି ଥିଲା। ଏହି ଖବର ମଲ୍‌ ସାରା ବ୍ୟାପିଯିବା ପରେ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ସୁପରମାର୍କେଟକୁ କିଛି ସମୟ ବନ୍ଦ କରି ଦିଆଯାଇଥିଲା। ପରେ ସାପଟିକୁ ସ୍ନେକ୍‌ ହେଲ୍‌ପଲାଇନର ସଦସ୍ୟମାନେ ଧରି ନିକଟରେ ଥିବା ଜଙ୍ଗଲରେ ଛାଡ଼ି ଦେଇଥିଲେ।

Share