ମୁକୁଳା ବୋରୱେଲ ଗାତରେ ଖସିପଡ଼ିଲେ ବୃଦ୍ଧା: ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୋନପୁର,୧୪l୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ କଇଁଫୁଲ ଛକ ନିକଟରେ ଜଣେ ବୃଦ୍ଧା ମୁକୁଳା ପଡ଼ିଥିବା ବୋରୱେଲ ଗାତରେ ଖସି ପଡିଛନ୍ତି। ବୃଦ୍ଧାଙ୍କ ନାମ ଦୁଃଖୀ ନେଗୀ ବୋଲି ଜଣାପଡିଛି।

ଝାଡୁ ତିଆରି ପାଇଁ ବେଣା ଘାସ ସଂଗ୍ରହ କରୁଥିବା ବେଳେ ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି l ବୃଦ୍ଧା ୨୦ ଫୁଟ ତଳେ ରହିଛନ୍ତି l ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।

Share