Categories: ଜାତୀୟ

ସ୍ବାମୀଙ୍କ ଆତ୍ମହତ୍ୟାର ଭିଡିଓ କଲେ ପତ୍ନୀ

କୋଲକାତା, ୧୫ା୪- ସ୍ବାମୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ପାଇଁ ପଶ୍ଚିମବଙ୍ଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମାତ୍ର ୪ ମାସ ତଳେ ୨୨ ବର୍ଷୀୟା ଅଭିଯୁକ୍ତ ମହିଳାଙ୍କ ବିବାହ ହୋଇଥିଲା। ସ୍ବାମୀ ଆତ୍ମହତ୍ୟା କରୁଥିବାବେଳେ ସେଠାରେ ଉପସ୍ଥିତ ରହି ଭିଡିଓ ଶୁଟ୍‌ କରୁଥିଲେ। କିନ୍ତୁ ସ୍ବାମୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କଲେ ନାହିଁ।

ନେହା ଶୁକ୍ଲା ୨୫ ବର୍ଷୀୟ ଅମନ ଶ’ଙ୍କୁ ଗତବର୍ଷ ଡିସେମ୍ବର ୧୧ ତାରିଖରେ ବିବାହ କରିଥିଲେ। ବିବାହର ୫ ବର୍ଷ ପୂର୍ବରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବିବାହ ପରେ ଚାକିରି ଛାଡ଼ି ବ୍ୟବସାୟ ଆରମ୍ଭ କରିଥିଲେ ଅମନ। ସେମାନେ ଦିଲ୍ଲୀ ଯାଇଥିଲେ। ସେଠାରୁ ଫେରିବା ପରେ ଗତ ୫ ତାରିଖରେ ହଠାତ୍‌ ଛାଡ଼ପତ୍ର ଦାବି କରିଥିଲେ ନେହା। ହୁଏତ ଏଥିରେ ଭାଙ୍ଗି ପଡ଼ି ଅମନ ଚରମ ନିଷ୍ପତ୍ତି ନେଇଥିଲେ।

ତେବେ ନେହାଙ୍କ କହିବା କଥା ହେଲା ଭିଡିଓ କଲାବେଳେ ଅମନ ସତରେ ଆତ୍ମହତ୍ୟା କରୁଥିବା ଜାଣି ନ ଥିଲେ। ସେ ପୂର୍ବରୁ ବହୁବାର ଆତ୍ମହତ୍ୟା ଧମକ ଦେଇଥିଲେ। ଏଣୁ ମୁଁ ତାଙ୍କୁ ଗୁରୁତ୍ୱ ଦେଇ ନ ଥିଲି। କିନ୍ତୁ ବାରମ୍ବାର କଥା ବଦଳାଇବାରୁ ପୋଲିସ ତାଙ୍କୁ ଗିରଫ କରିଛି।

Share