Categories: ଜାତୀୟ

ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଭୋପାଳର ଇସଲାମନଗର ଅଞ୍ଚଳରେ ଘଟିଛି। ଜଣେ ପୁଅ ସହ ଝିଅ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିର୍ଯାତନା ଦେବା ସହ ମହିଳାଙ୍କୁ ବୁର୍ଖା କାଢିବା ପାଇଁ ବାଧ୍ୟ କରିଥିବା ଭିଡିଓରେ ଦେଖାଯାଇଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ଏକ ସ୍କୁଟିରେ ସହ ଇସଲାମନଗର ଯାଉଥିଲେ। ବାଟରେ କିଛି ଲୋକ ତାଙ୍କୁ ଅଟକାଇ ହଇରାଣ କହିଥିଲେ। ସେମାନେ ତାଙ୍କୁ ବୁର୍ଖା ବାହାର କରିବାକୁ ବାଧ୍ୟ କରିଥିଲେ। ଉଭୟେ ପ୍ରତିବାଦ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଜବରଦସ୍ତ କରି ଯୁବତୀଙ୍କ ବୁର୍ଖା ବାହାର କରିଦେଇଥିଲେ।

Share