Categories: ଫୁରସତ

୪ ଗୋଡ ଥିବା ଶିଶୁକନ୍ୟା ଜନ୍ମ

ଗ୍ବାଲିଅର,୧୬।୧୨: ଯଦି ସୋସିଆଲ ମିଡିଆକୁ ଅଜବ ଜିନିଷର ଦୁନିଆ କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ, ଏଠାରେ ଅନେକ ସମୟରେ ଏପରି କିଛି ଜିନିଷ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ ଯାହା ଆଶ୍ଚର୍ଯ୍ୟଜନକ। ଇତିମଧ୍ୟରେ ମଧ୍ୟପ୍ରଦେଶର ଗ୍ବାଲିଅରରୁ ଏକ ଘଟଣା ସାମ୍ନାକୁ ଆସିଛି,ଯାହାକୁ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ସିକନ୍ଦର କାମ୍ପୋ ଅଞ୍ଚଳରେ ରହୁଥିବା ଆରତୀ କୁଶୱା କମଳା ରାଜା ହସ୍ପିଟାଲରେ ଗୋଟିଏ କନ୍ୟା ସନ୍ତନାକୁ ଜନ୍ମ ଦେଇଛନ୍ତି। ତେବେ ସେ ଜନ୍ମ ଦେଇଥିବା ଶିଶୁକନ୍ୟାର ୪ଟି ଗୋଡ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ସେମାନେ ୪ ଗୋଡ ଶିଶୁକନ୍ୟା ଜନ୍ମ ହେବା ପରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସୋସିଆଲ ମିଡିଆରେ ଏହି ଶିଶୁଟିର ଫଟୋ ଭାଇରାଲ ହେବାରେ ଲାଗିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ବିଜ୍ଞାନ ଭାଷାରେ ଏହାକୁ ଆଇସିଓପେଗସ କୁହାଯାଏ। କିଛି ଭୃଣ ମାତୃ ଗର୍ଭରେ ଥିବା ସମୟରେ ବେଳେବେଳେ ଅତିରିକ୍ତ ବଢିଯାଇଥାଏ। ଫଳରେ ଆଇସିଓପେଗସର ସ୍ବୀକାର ହୋଇଥାନ୍ତି। ଏହା ବିରଳ ଅଟେ, ହଜାର ହଜାର କ୍ଷେତ୍ରରେ ଏହିପରି ଲକ୍ଷଣ ସାମ୍ନାକୁ ଆସିଛି।

Share