ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…

ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ ରାମାୟଣ ଦେଖିବାକୁ ସେମାନେ ଭୁଲୁ ନ ଥିଲେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲଙ୍କୁ ରାମ ଭୂମିକାରେ ଦେଖିବାକୁ ମିଳିଥିଲା। ସେହିଭଳି ସୀତା ଭୂମିକାରେ ଦୀପିକା ଚିଖାଲିଆ ନଜର ଆସିଥିଲେ। ଉଭୟ ଷ୍ଟାର ସେତେବେଳେ ବହୁତ ଲୋକପ୍ରିୟ ଥିଲେ। ଏହାକୁ ଅନେକ ବର୍ଷ ବିତିଗଲାଣି। ହେଲେ ନିକଟରେ ଜଣେ ମହିଳା ଅରୁଣଙ୍କୁ ବିମାନବନ୍ଦରରେ ଦେଖି ଭାବୁକ ହୋଇଯାଇଥିଲେ। ତାଙ୍କୁ ଭଗବାନ କହି ପାଦ ଛୁଇଁ ପ୍ରଣାମ କରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ବେଶ ଭାଇରାଲ ହେଉଛି।

ଏୟାରପୋର୍ଟରେ ଅରୁଣଙ୍କୁ ଦେଖି ସେଠାରେ ଥିବା ମହିଳା ଭାବୁକ ହୋଇଥିଲେ। ଭଗବାନ ରାମ ସ୍ବୟଂ ତାଙ୍କୁ ଦର୍ଶନ ଦେବାକୁ ପହଞ୍ଚିଛନ୍ତି ବୋଲି ସେ ଭାବିଥିଲେ। ଏଥିଲାଗି ସେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଅରୁଣ ତାଙ୍କ ପ୍ରଣାମକୁ ଗ୍ରହଣ କରି ତାଙ୍କୁ ଉଠାଇ କୁଣ୍ଢାଇ ପକାଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଅନେକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏବେ ଏହି ଘଟଣାର ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ବର୍ଷ ପରେ ବି ଲୋକେ ଅରୁଣଙ୍କୁ ଭଗବାନ ବୋଲି ଭାବୁଥିବା ସ୍ପଷ୍ଟ ହୋଇଛି।

ଆପଣ ବି ଦେଖନ୍ତୁ ଭିଡିଓ:

Share