Posted inଫୁରସତ

୮ମିନିଟ୍‌ ବାଥରୁମ ଯାଇଥିଲେ ମହିଳା, ମାଲିକ କହିଲେ, ‘କମ୍ପାନୀରୁ ଛୁଟି ନେଇଯାଅ’

ନିଜ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ସୋସିଆଲ ମିଡିଆରେ ବାଣ୍ଟିଛନ୍ତି ଜଣେ ମହିଳା କର୍ମଚାରୀ। ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଛନ୍ତି, କାମ କରିବା ସମୟରେ ୮ମିନିଟର ବ୍ରେକ୍‌ ନେଇ ବାଥରୁମ୍‌ ଯିବାରୁ କମ୍ପାନୀ ବସ୍‌ ତାଙ୍କୁ ସିକ୍‌ ଲିଭ୍‌ ବା ପେଡ୍‌ ଟାଇମ୍‌ ଲିଭ୍‌ ନେବାକୁ କହିଛନ୍ତି। ମହିଳାଙ୍କ ଭାଇରାଲ ପୋଷ୍ଟରେ ୟୁଜର୍ସ ବସ୍‌ଙ୍କ ଏପରି ନିର୍ଦ୍ଦେଶକୁ ନିନ୍ଦା କରି ସମାଲୋଚନା କରିଛନ୍ତି।

ପୋଷ୍ଟରେ ମହିଳା କହିଛନ୍ତି, ମୁଁ କମ୍ପାନୀର ରିଟେଲର ଭାବେ ଓ୍ବ୍‌ାର୍କ ଫ୍ରମ ହୋମ କରୁଛି। ସକାଳେ ବାଥରୁମକୁ ଯାଇ ଫେରିବାରୁ ୮ମିନିଟ୍‌ ଲାଗିଥିଲା। ତେବେ ଫେରିବା ପରେ ବସ୍‌ଙ୍କର ଏକ ଭଏସମେଲ୍‌ ଆସିଥିଲା। ସେ କହିଥିଲେ ଯେ, ୮ମିନିଟ୍‌ ଛୁଟି ନେବା ପରିବର୍ତ୍ତେ ସିକ୍‌ ଲିଭ୍‌ କିମ୍ବା ପେଡ୍‌ ଟାଇମ୍‌ ଅଫ୍‌ ନେଇ ଯାଆନ୍ତୁ। ଯଦି ଏପରି ନ କରୁଛନ୍ତି ତା’ହେଲେ ସବୁବେଳେ ଅନଲାଇନ ରହି କାମ କରନ୍ତୁ। ଟିକିଏ ବ୍ରେକ୍‌ ନେବାରୁ ମାଲିକଙ୍କ ଏପରି ଦୁର୍ବ୍ୟବହାରରେ ମହିଳାଜଣକ ଦୁଃଖ ପ୍ରକାଶ କରିଛନ୍ତି।

ଏହି କ୍ରମରେ ମହିଳା କମ୍ପାନୀରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଉପରେ ଉଲ୍ଲେଖ କରିଛନ୍ତି। କମ୍ପାନୀରେ ସୁପରଭାଇଜର ଅପଶଦ୍ଦ କହିବା ସହ ନ ପଚାରି ତାଙ୍କର ସିଡ୍ୟୁଲରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି। ସେହିପରି ଭୁଲ ଢଙ୍ଗରେ ଆସଇନମେଣ୍ଟ ଦେବା ସହ ଛୁଟି ବହୁତ କମ୍‌ ମିଳିଥାଏ। ଆଉ ଶିଫ୍ଟ ସରିବା ପରେ ମଧ୍ୟ କାମ କରିବାକୁ ପଡିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri