ସୁଭଦ୍ରା ଯୋଜନା ଫର୍ମ ପାଇଁ ଯାଉଥିଲେ ମହିଳା, ପଛପଟୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଭୋଗରାଇ, ୯l୯ (ପ୍ରଦୀପ ଦାସ): ସୁଭଦ୍ରା ଯୋଜନାର ଆବେଦନ ଫର୍ମ ଲାଗି ରାସ୍ତାରେ ଯାଉଥିବାବେଳେ ଜଣେ ମହିଳାଙ୍କ ଜୀବନ ଯାଇଛି। ପଛପଟରୁ ପରିବା ବୋଝେଇ ବାଇକ ଆରୋହୀ ଜୋରରେ ଧକ୍କା ଦେବାରୁ ମହିଳା ଛିଟିକି ପଡିଥିଲେ। ରାସ୍ତାରେ ପଡିଯିବାରୁ ମୁଣ୍ଡଫାଟି ରକ୍ତସ୍ରାାବ ହେବାରୁ ସଂଜ୍ଞାହୀନ ହୋଇପଡିଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳା ଜଣକ ହେଲେ ଖର୍ଦିଚକ ଗ୍ରାମର ସ୍ନେହଲତା ଭୂୟାଁ(୫ ୫)।

ସେ ନିକଟସ୍ଥ ଚକେଶ୍ୱରୀ ନୋଡାଲ ଉପ୍ରାବିଦ୍ୟାଳୟର ପାଚିକା ଥିଲେ। ସୁଭଦ୍ରା ଯୋଜନା ଆବେଦନ ଫର୍ମ ନିମନ୍ତେ ଉଲୁଡ଼ା କମର୍ଦ୍ଦା ରାସ୍ତାରେ ନାଛିନ୍ଦା ବଜାରକୁ ଆସୁଥିବାବେଳେ ବାଇକ ଆରୋହୀ ମହିଳାଙ୍କୁ ପଛ ପଟରୁ ଧକ୍କା ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କୀର୍ତ୍ତିନିଆ ଗ୍ରାମର ହରିପଦ ସେନାପତି ଓ ତାଙ୍କର ବାଇକକୁ ଥାନାକୁ ଆଣିଥିଲେ। ଏହି ଘଟଣାରେ କମର୍ଦ୍ଦା ପୋଲିସ ୧୪୦/୨୪ରେ ମାମଲା ଋ଼ଜୁକରି ପ୍ରାଥମିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଥିଲେ। କୋର୍ଟରେ ଯୁବକଙ୍କୁ ଜାମିନ ନମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ସୂଚନା ମିଳିଛି l