Categories: ଜାତୀୟ

ଦିଲ୍ଲୀ ରେଲଓ୍ବେ ଷ୍ଟେଶନ ବର୍ଷା ପାଣିରେ କରେଣ୍ଟ, ମହିଳା ମୃତ

ନୂଆଦିଲ୍ଲୀ,୨୫।୬: ଦେଶରେ ଇତି ମଧ୍ୟରେ ମୌସୁମୀ ପହଞ୍ଚି ସାରିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଏହି ବର୍ଷା କେତେକଙ୍କ ପାଇଁ ଦୁଃଖ ବି ଆଣି ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀର ରେଲଓ୍ବେ ଷ୍ଟେଶନରେ ବର୍ଷା ପାଣିରେ କରେଣ୍ଟ ଥିବା ଜାଣି ନ ପାରି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ପୋଲିସର ସୂଚନା ଅନୁଯାୟୀ, ସାକ୍ଷି ଆହୁଜା ନାମକ ଜଣେ ମହିଳା ଶନିବାର ରାତିରେ ନିଜ ସ୍ବାମୀଙ୍କ ସହ ଚଣ୍ଡିଗଡ଼ ଯିବାକୁ ରେଲଓ୍ବେ ଷ୍ଟେଶନ ଆସିଥିଲେ। ବର୍ଷା ଯୋଗୁ ରେଲଓ୍ବେ ଷ୍ଟେଶନରେ ବର୍ଷା ପାଣି ଜମା ହୋଇ ଯାଇଥିଲା। ଏହାରି ଭିତରେ ଏକ ବିଜୁଳି ତା’ର ବୁଡି ରହିଥିବା ବେଳେ ସେଥିରେ କରେଣ୍ଟ ଥିଲା। ପାଣିରେ ଯାଉଥିବା ସାକ୍ଷି ସେଠାରେ ଥିବା ଏକ ବିଜୁଳି ଖୁଣ୍ଟକୁ ଧରି ପକାଇବାରୁ ତାଙ୍କୁ କରେଣ୍ଟ ଲାଗିଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

Share