Categories: ଜାତୀୟ

ଖଣି ଓ ଭୂତତ୍ତ୍ୱ ବିଭାଗ ଉପନିର୍ଦ୍ଦେଶିକାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୫ା୧୧: କର୍ନାଟକ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ଛୁରି ଭୁସି ହତ୍ୟା କରିଛନ୍ତି। ୩୭ ବର୍ଷିୟା ପ୍ରତିଭା ନାମ୍ନୀ ଅଧିକାରୀ ଜଣକ କର୍ନାଟକର ଖଣି ଓ ଭୂତତ୍ତ୍ୱ ବିଭାଗରେ ଉପନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।

ସୁବ୍ରମନ୍ୟପୋରାସ୍ଥିତ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ବେଳେ ତାଙ୍କର ସ୍ବାମୀ ଓ ପୁଅ ଘରେ ନ ଥିଲେ। ପ୍ରତିଭାଙ୍କ ଭାଇ ଶନିବାର ରାତି ଏବଂ ରବିବାର ସକାଳେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇ ନ ଥିଳେ। ଏନେଇ ସେ ଭଉଣୀ ଘରେ ପହଞ୍ଚି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହାତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share