ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍ଟକ୍ ଭିଡିଓରେ କହିଛନ୍ତି, ତାଙ୍କ ମା’ ୩ ସ୍ବାମୀଙ୍କ ସହ ରହୁଛନ୍ତି। ଭିଡିଓ ଶେୟାର କରିବାର କିଛି ସମୟ ମଧ୍ୟରେ ଫଲୋଅର୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ସେ ଏକଥା ବି ଶେୟାର କରିଛନ୍ତି ଯେ, ସେ କିପରି ତାଙ୍କ ୩ ପିତାଙ୍କ ସହ ରହି ବଡ଼ ହୋଇଛନ୍ତି।
ସୋୟକା କହିଛନ୍ତି, ୧୦ ବର୍ଷର ହେବା ପର୍ଯ୍ୟନ୍ତ ସେ ଜାଣି ନ ଥିଲେ ତାଙ୍କର ପ୍ରକୃତ ପିତା କିଏ। ମା’ଙ୍କ ସହିତ ଘରେ ରହୁଥିବା ୩ ପୁରୁଷଙ୍କୁ ସେ ବାପା ଡାକୁଥିଲେ। ସୋୟକା କହିଛନ୍ତି, ଆଜିର ସମୟରେ ଦେଖୁଛି, ମୋ’ ପରିବାର ପରି ପରିବାର ନାହିଁ। କାରଣ ପାରମ୍ପରିକ ରୂପରେ ପରିବାରରେ ଜଣେ ମା’, ବାପା ଏବଂ ଦୁଇ ପିଲା ଅଛନ୍ତି।
ତିନି ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହିବା ଅଜବ ଘଟଣା। ତାଙ୍କ ଟିକ୍ଟକ୍ରେ ୟୁଜରମାନେ ପଚାରିଲେ, ତିନି ପିତା ଏବଂ ଜଣେ ମା’ଙ୍କ ସହ କେମିତି ରହୁଛନ୍ତି। ଉତ୍ତରରେ ସେ କହିଛନ୍ତି, ମୋ’ ପରିବାର ସବୁଠୁ ଭଲ ପରିବାର।
ସେ କହିଛନ୍ତି, ମୋ ମା’ଙ୍କ ପ୍ରଥମ ସ୍ବାମୀ ବିଲ୍, ଦ୍ୱିତୀୟ ସ୍ବାମୀଙ୍କ ନାମ ରିଚ୍ ଏବଂ ତୃତୀୟ ସ୍ବାମୀଙ୍କ ନାମ ପିଟ୍। ମୋ’ ବାପାଙ୍କ ନାଁ ପିଟ୍। କିନ୍ତୁ ମୁଁ ୩ ଜଣଙ୍କୁ ବାପା ଡାକେ।