ଇଂଲଣ୍ଡର ନବଦମ୍ପତି ବିବାହ ପରେ ହନିମୁନ୍ ପାଇଁ ଯାଇଥିଲେ। ମାତ୍ର ମହିଳା ଜଣକ ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ଚାଲିଆସିଥିଲେ। ନବଦମ୍ପତି ଘରୁ ସାଥୀ ହୋଇ ଏୟାରପୋର୍ଟ ଯାଇଥିଲେ। ମାତ୍ର ସ୍ବାମୀଙ୍କ ସାମାନ୍ୟ ଭୁଲ ପାଇଁ ସବୁକିଛି ବିଗିଡ଼ିଗଲା। ଯେଉଁ କାରଣରୁ ମହିଳାଙ୍କୁ ଏକୁଟିଆ ଯାତ୍ରା କରିବାକୁ ପଡ଼ିଥିଲା। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…
୩୪ ବର୍ଷୀୟ ଲୋରା ନେଲ୍ସନ ଏବଂ ତାଙ୍କ ସ୍ବାମୀ ମାଇକେଲ (୩୫) ହନିମୁନ୍ ପାଇ କ୍ରେଟେ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ଏୟାରହୋଷ୍ଟେସ ଖାଇବା ପିଇବା ସାମଗ୍ରୀ ସହିତ ଟ୍ରଲି ଧରି ତାଙ୍କ ସିଟ୍ ନିକଟରେ ପହଞ୍ଚତ୍ଥିଲେ। ଲୋରା ନେଲ୍ସନ କହିଲେ, ଏୟାରହୋଷ୍ଟେସ ଆଉ କାହାର ସେବା କରୁଥିବା ସମୟରେ ମାଇକେଲ ଏକ ଅଜବ ପ୍ରଶ୍ନ ପଚାରିଥିଲେ। ମୁଁ ଡ୍ରୟର ଜରିଆରେ ଦେଖିପାରିବି କି? ଏହା ପରେ ଆମ ପଛରେ ବସିଥିବା ଜଣେ ଯୁବକ ହସିବାକୁ ଲାଗିଥିଲେ। ଏୟାରହୋଷ୍ଟେସ ମଧ୍ୟ ହସିଥିଲେ। ଏୟାର ହୋଷ୍ଟେସ ଏହି ଘଟଣାକୁ ହାଲୁକା ଭାବରେ ନେଇଥିବା ବେଳେ କ୍ୟାବିନ୍ କ୍ରୁ ମ୍ୟାନେଜର ଖୁବ୍ ଜୋର୍ରେ ରାଗିଗଲେ। ସେ ଲୋରାଙ୍କ ସିଟ୍ ବଦଳାଇବାକୁ କହିଲେ। ଏଥିରେ ଲୋରା ରାଗି ଯାଇ ପାଟି କରିଥିଲେ।
ଆହୁରି ମଧ୍ୟ ଲୋରାଙ୍କୁ ଏକ ଚିଠିରେ କୁହାଯାଇଥିଲା, ତୁମର ଆଚରଣ ଏବଂ ବ୍ୟବହାର ଯୋଗୁ ଟିୟୁଆଇ ଏୟାରଓ୍ବେଜ୍ର ସୁରକ୍ଷା ଏବଂ ବିମାନ ସୁରକ୍ଷା ବିଭାଗ ଦ୍ୱାରା ଏହା ସ୍ଥିର ହୋଇଥିଲା ଯେ, ତୁମେ ମଞ୍ଚେଷ୍ଟରକୁ ଫେରିବା ବିମାନରୁ ବଞ୍ଚତ୍ତ କରାଯିବ। ଆମ ଯାତ୍ରୀମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆଶା କରୁଛୁ ଆପଣ ଆମର ଏହି କଥା ରକ୍ଷା କରିବେ। ତେଣୁ ଲୋରା ସ୍ବାମୀଙ୍କ ସହ ଯାତ୍ରା ନ କରି ଏକୁଟିଆ ଘରକୁ ଫେରି ଆସିଥିଲେ।