Categories: ଫୁରସତ

ବେଲଣା କାଠି, ଚପଲ, ଝାଡୁରେ ଆଙ୍କିଲେ ଚିତ୍ର, ଭିଡିଓ ଦେଖିଲେ

ଜଣେ ଚିତ୍ରକର କିଛି ଏପରି ଅଦ୍ଭୁତପୂର୍ବ ଚିତ୍ର କରନ୍ତି ଯେ, ଜଣେ ସାଧାରଣ ମଣିଷ ତାକୁ କେବେ ବି କଳ୍ପନା ମଧ୍ୟ କରିପାରିବ ନାହିଁ। କଳ୍ପନା ସାଗରରେ ବୁଡି ଚିତ୍ରକର ଏମିତି କିଛି ଆଙ୍କି ଦିଅନ୍ତି ଯାହାକୁ ବୁଝିବା ଆମ ପକ୍ଷେ କଷ୍ଟକର। ଆମେ ଏପରି ଜଣେ ଚିତ୍ରକରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସୃଜନଶୀଳତାକୁ ଆପଣ କେବେ ମାପି ପାରିବେ ନାହିଁ। ସାଧାରଣତଃ ଆପଣ ଜାଣିଥିବେ ଚିତ୍ର କରିବାକୁ ହେଲେ ପେଣ୍ଟ, ବ୍ରସ, କାନସଭାସ, ତୂଳି, ରଙ୍ଗ ଇତ୍ୟାଦି ଦରକାର ପଡିଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମହିଳା ଚିତ୍ରକର ଜଣକ ନିଜ ଘରର ଜିନିଷ ବ୍ୟବହାର କରି ଏକ ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ମହିଳା ଜଣକ କାନ୍ଥକୁ କାନଭାସ ଭାବେ ବ୍ୟବହାର କରି ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି। ତାଜୁବ କରିଦେବା କଥା କଥା ହେଉଛି ମହିଳା ଏଥିପାଇଁ କୌଣସି ପ୍ରକାରର ପେଣ୍ଟ ବ୍ରଶ ବ୍ୟବହାର କରିନାହାଁନ୍ତି। ବରଂ, ତାଙ୍କର ଚିତ୍ର ପାଇଁ, ସେ ଘରର ଜିନିଷ ବେଲଣା କାଠି ଠାରୁ ଚପଲ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଛନ୍ତି। ଶେଷରେ ସିଂହର ମୁହଁ ତିଆରି କରିଛନ୍ତି। ଆଲେକ୍ସ ନାମକ ଏହି ମହିଳା ଚିତ୍ରକର ତାଙ୍କ ପେଣ୍ଟିଙ୍ଗକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଲୋକାଦୃତ ଲାଭ କରିଛି। ୟୁଜର୍ସ ଆଲେକ୍ସଙ୍କ ଟ୍ୟାଲେଣ୍ଟକୁ ଭୁରି ଭୁରି ପସନ୍ଦ କରୁଛନ୍ତି।

Share