Categories: ଫୁରସତ

ଲଙ୍କା ଶୁଙ୍ଘି କୋମାକୁ ଚାଲିଗଲେ

ବ୍ରାସିଲିଆ: ଲଙ୍କା ଖାଦ୍ୟର ସ୍ବାଦ ବଢ଼ାଇଥାଏ।  ତେବେ  କେତେ ଜଣ  ଲଙ୍କାକୁ  ପେସନ୍ଦ କରୁଥିବାବେଳେ ଆଉ କେତେକଙ୍କୁ  ଲଙ୍କା ଆଲର୍ଜି ଥାଏ। ନିକଟରେ ଜଣେ ଯୁବତୀ ଲଙ୍କା ଶୁଙ୍ଘିବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି। ସେ ବର୍ତ୍ତମାନ ୬ ମାସ ହେବ ହସ୍ପିଟାଲରେ ଅଛନ୍ତି। ବ୍ରାଜିଲର ବାସିନ୍ଦା ୨୫ ବର୍ଷୀୟା ଥାଇସ୍‌ ମେଡେଇରୋସ୍‌ ନାମ୍ନୀ ଜଣେ ଯୁବତୀ ଏକ ରାଗୁଆ ଲଙ୍କା ଶୁଙ୍ଘିଦେଇଥିଲେ।
ତାଙ୍କ ମା’ କହିଛନ୍ତି, ସେ ତାଙ୍କୁ ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରୁଥିଲେ। ସେହି ସମୟରେ ସେ ଲଙ୍କାକୁ ଶୁଙ୍ଘିବା ସହ ତାକୁ ନାକରେ ରଗଡି ଦେଇଥିଲେ। ଲଙ୍କା ଶୁଙ୍ଘିବା ପରେ ତାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା। ଏଥିପାଇଁ ସେ କିଛିଦିନ ଧରି ହସ୍ପିଟାଲରେ କୋମାରେ ମଧ୍ୟ ରହିଲେ। ପରେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ପୁଣି ଦେହ ଖରାପ ହେବାରୁ ତାଙ୍କୁ ପୁନଶ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାା। ଫଳରେ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳିଲା। ଏଥିସହ ସ୍ମୃତିଶକ୍ତି ହରାଇବା, ଦୃଷ୍ଟିଶକ୍ତି ସହ ଦୁର୍ବଳ ଅନୁଭବ କରୁଥିଲେ। ଏହି ଦୁର୍ଘଟଣା ଫେବୃୟାରୀରେ ହୋଇଥିଲା। ପରେ ତାଙ୍କୁ ଜୁଲାଇରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ହେଲେ ପରେ ଭର୍ତ୍ତିହେବା ପରେ ସେ ଏବେ ବି ହସ୍ପିଟାଲରେ ଅଛନ୍ତି।
Share