ଲେହେଙ୍ଗା ପିନ୍ଧି ମୁଣ୍ଡରେ ଓଢ଼ଣୀ ପକାଇ ନବବିବାହିତା ପୁଶ୍-ଅପ୍ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ମହିଳାଙ୍କ ନାମ ଆନା ଆରୋରା।
ଆନା ତାଙ୍କ ଇନ୍ଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରିଛନ୍ତି। ଲୋକେ ଏହି ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓଟି ଯଦିଓ ଜୁଲାଇରୁ ପୋଷ୍ଟ ହେଲାଣି ମାତ୍ର ମଙ୍ଗଳବାର ଏହା ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଭିଡିଓରେ ଆନା ଅଳଙ୍କାର ଏବଂ ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି। ଆନାଙ୍କ ଏହି ବ୍ରାଇଡାଲ ଲୁକ୍ରେ ଓ୍ବାର୍କଆଉଟ୍ ସମସ୍ତଙ୍କୁ ପସନ୍ଦ ଆସିଛି। ଆନାଙ୍କର ଇନ୍ଷ୍ଟାଗ୍ରାମରେ ୮୧,୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି। ଆନା ବହୁତ ଫିଟ୍ନେସ ପ୍ରିୟ। ସେ ଜିମ୍ ବି ଯାଇଥାନ୍ତି। ସେ ଜଣେ ଡାଇଟେସିଆନ ଏବଂ ମଡେଲ ମଧ୍ୟ। ଆନା ଯାହା ବି କରନ୍ତି ସୋସିଆଲ ମିଡିଆରେ ଫଲୋଅର୍ସମାନଙ୍କ ପାଇଁ ଶେୟାର କରିଥାନ୍ତି।