ଆନନ୍ଦପୁର,୧୦।୪(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଅସାବଧାନତା ବଶତଃ ଗ୍ୟାସ୍ ଚୂଲାରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଫକୀରପୁର ଗ୍ରାମର ସେକ୍ ରମଜାନଙ୍କ ସ୍ତ୍ରୀ ସାଇମନ ରୋଷେଇ କରିବାକୁ ଯାଇ ଗ୍ୟାସ୍ ଚୂଲା ଲଗାଇବା ସମୟରେ ହଠାତ ନିଆଁ ଧାପ ପିନ୍ଧିଥିବା ବସ୍ତ୍ରରେ ଲାଗିଯାଇଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କ ଶରୀରର ୯୦ପ୍ରତିଶତ ଜଳିଯାଇଥିବା ଜଣାପଡିଛି।