ବୁଗୁଡ଼ା,୨୭ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ରବିବାର ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ବାବୁଲା ସ୍ବାଇଁଙ୍କ ସ୍ତ୍ରୀ ରଜନୀ (୪୫) l ବାଲିପଦର ପୋଲିସ ରଜନୀଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅପରାହ୍ନରେ ରଜନୀ ତାଙ୍କ ମା’ ସାରିଆ ଜେନାଙ୍କ ସହ ବିଲରେ କଟାଯାଇଥିବା ଧାନ ଘୋଡାଇବାକୁ ଯାଉଥିଲେ। ଆଗରେ ରଜନୀ ଯାଉଥିବା ବେଳେ ପଡିଆ ଭଙ୍ଗାଠାରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାରରେ ଲାଗିଯାଇ ଜଳିଯାଇଥିଲେ। ବୁଗୁଡ଼ା ଥାନା ଅଞ୍ଚଳରେ ସଞ୍ଜ ନଉଁ ନଉଁ ବନ୍ୟ ଜନ୍ତୁ ଶିକାର ପାଇଁ ଦୁର୍ବୃତ୍ତମାନେ ଅନେକ ସ୍ଥାନରେ ବିଦ୍ୟୁତ୍ ତାର ବିଛାଉ ଥିବା ଅଭିଯୋଗ ହୋଇଛି।