ହାତୀ ଆକ୍ରମଣରେ ମହିଳା ଗୁରୁତର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.): କରଞ୍ଜିଆ ରେଞ୍ଜ ଅଞ୍ଚଳରେ ରବିବାର ପ୍ରାତଃ ଭ୍ରମଣରେ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରିବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ସଦର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଡାକ୍ତର ସ୍ଥାନାନ୍ତର କରିଛନ୍ତି।

ସୁକୃଳି ବ୍ଲକ ଅନ୍ତର୍ଗତ ମାଜୁରା ସାହିର କାଜଲ ସିଂ ହାଁସଦା ନାମକ ଜଣେ ମହିଳା ସକାଳେ ରାସ୍ତାରେ ଯାଉଥିବା ସମୟରେ ରାସ୍ତାକଡ଼ରେ ଥିବା ଏକ କାଜୁ ଜଙ୍ଗଲ ଭିତରୁ ଏକ ଦନ୍ତାହାତୀ ଆସି ତାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଦେଇଥିଲା। ତାଙ୍କୁ ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କରଞ୍ଜିଆ ବନଖଣ୍ଡରେ କିଛିଦିନ ହେବ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି।