ବଜ୍ରପାତରେ ମହିଳା ମୃତ

ତିହିଡ଼ିି,୩୧ା୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କଁାପଡ଼ା ପଞ୍ଚାୟତ ତଳକାଁପଡ଼ା ଗ୍ରାମର ଜଣେ ମହିଳାଙ୍କ ସୋମବାର ଅପରାହ୍ନରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗ୍ରାମର ମଧୁସୂଦନ ମଳିକଙ୍କ ସ୍ତ୍ରୀ ଜେମାମଣି(୬୦)। ସେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିହିଡ଼ି ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।